ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ କିଏ କରିଛି ୮ମାସର ଗର୍ଭବତୀ, ଖୋଜୁଛି ଅଞ୍ଚଳ ବାସୀ।

0 25

କଲ୍ୟାଣସିଂହପୁର ,୨୫/୦୯ : କଳିଯୁଗର ନର ରାକ୍ଷସ ପ୍ରଥମେ ଅସହାୟତାର ସୁଯୋଗ ନେଇ ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ୮ମାସ ର ଗର୍ଭବତୀ କରି ଛାଡ଼ି ଚାଲି ଯାଇଛି କେଉଁ ପିଛାଶି ନର ରାକ୍ଷସ। ଏହି ଭଳି ଏକ ଅଭାବନୀୟ ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହୁକୁମାରେ ।

ମାନସିକ ଭିନ୍ନକ୍ଷମ ଯୁବତୀ ସିତେ କାଡ୍ରାକା ବୟସ ( ୩୧ )ପାଠି ଫୁଟେନି କଥା କହି ପାରୁ ନ ଥିବା ବେଳେ ସେ ସ୍ଥାନୀୟ ହାଇସ୍କୁଲ ପଛ ପଟେ ମଶାଣି ବଣ ଜଙ୍ଗଲ ଭିତରେ ଝାଟି ମାଟିର ଜରି କୁଡ଼ିଆ ଘରେ ଶୋଇ ଥିବା ସମୟରେ ଏହାର ସୁଯୋଗ ନେଇ କେହି ଜଣେ ନର ରାକ୍ଷସ ଶାରୀରିକ ସମ୍ପର୍କ ରଖି ୮ମାସ ର ଗର୍ଭବତୀ କରି ଛାଡ଼ି ଦେଇ ଚାଲି ଯାଇଛି। ଏହି ଖବର ଶୁଣିବା ପରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ରୀତା ରଞ୍ଜନୀ ପଣ୍ଡା ସିଡ଼ିପିଓ ଙ୍କୁ ଜଣାଇ ଥିଲେ, ଏହା ପରେ ମେଡିକାଲ୍ ନେଇ ଚିକିତ୍ସା କରାଇ ନିଜ ଘର ଜଗନ୍ନାଥ କୋଲେନୀ କୁ ନେଇ ରଖିଥିବା ଜଣା ପଡିଛି।ପୀଡିତା ଯୁବତୀଙ୍କ ପରିବାର କହିଲେ ବାପା ନାଥ କାଡ୍ରାକା କିଛି ବର୍ଷ ପୂର୍ବରୁ ଆରପାରି କୁ ଚାଲି ଯାଇ ଥିବା ବେଳେ ଭାଇ ଜଣେ କିନ୍ନର ବୁଢ଼ୀ ମାଆ କଥା ନ କହିବା ଭଲ ବର୍ତ୍ତମାନ ଅଙ୍ଗନୱାଡ଼ି କର୍ମୀ ରୀତା ପଣ୍ଡା ନିଜ ଘର କୁ ନେଇ ଆଶ୍ରୟ ଦେଇ ରଖିଥିବା କହିଛନ୍ତି।

ଏହି ବିଷୟ ରେ ପୋଲିସ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ଅସହାୟ ମାନସିକ ଭିନ୍ନକ୍ଷମ ସିତେ କାଡ୍ରାକା ପେଟରେ କାହା ଛୁଆ ଧରି ବୁଲୁଚି ତାହା ସ୍ପଷ୍ଟ ହୋଇନାହିଁ।

ଏହାକୁ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ନିରୀହ ଯୁବତୀ ଙ୍କୁ ସରକାର ଙ୍କ ତରଫରୁ କୌଣସି ପ୍ରକାର ଆଶ୍ରୟ ସ୍ଥଳୀ ବା ସୁ ବ୍ୟବସ୍ଥା କରି ସଠିକ୍ ଦଶୀ କୁ ଦଣ୍ଡ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.