ପୋଲସରା,୨୩/୦୯ (ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କରଚୁଲି ଓ କରସିଙ୍ଗ ଗ୍ରାମ ପଞ୍ଚାୟତ ଏବଂ ବୁଗୁଡ଼ା ପଞ୍ଚାୟତ ସମିତି ଆନୁକୂଲ୍ୟରେ “ସେବା ସେତୁ ଅଭିଯାନ ୨୦୨୬” କାର୍ଯ୍ୟକ୍ରମ ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେବାସହ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ। ଏହି କାର୍ଯ୍ଯକ୍ରମ ଦ୍ୱାରା ହିତାଧିକାରୀମାନଙ୍କୁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଏହି ସେବା ସେତୁ ଅଭିଯାନ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନା ସହ ସଂଯୋଜିତ କରିବା, ଆବେଦନ ପ୍ରକ୍ରିୟାରେ ସହଯୋଗ କରିବା ଏବଂ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋଟ ୨୫ ଟି ଆବେଦନ ଗ୍ରହଣ ହୋଇଥିଲା। ସେଥି ମଧ୍ୟରୁ ପକ୍କାଘର ବିଭାଗର ୧୧ ଗୋଟି, ସାମାଜିକ ସୁରକ୍ଷା ବିଭାଗର ୭ ଗୋଟି, ପାନୀୟ ଜଳ ବିଭାଗର ୪ ଗୋଟି, ଉନ୍ନୟନ ମୂଳକ କାର୍ଯ୍ୟ ବିଭାଗର ୧ ଗୋଟି, ମିଶନ ଶକ୍ତି ବିଭାଗର ୧ ଗୋଟି ଓ ଆଇସିଡିଏସ ବିଭାଗର ୧ ଗୋଟି ଆବେଦନ ଅନ୍ତର୍ଭୁକ୍ତ ଅଟେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, କରଚୁଲି ଓ କରସିଙ୍ଗ ପଞ୍ଚାୟତ ପିିଇଓ ସମେତ ଏମବିକେ, ସିଆରପି ପ୍ରଭୃତି କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା