ବନ ବିଭାଗ ଦ୍ଵାରା ମୂଲ୍ୟବାନ କାଠ ଜବତ, ଜଣେ ଗିରଫ ।

0 208

ମାଲକାନଗିରି,୨୨/୦୯(ପିପିଟି):ଆଜି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଏମଭି -୨୪ ଗ୍ରାମ ଜନୈକ କାଠ ମାଫିଆଙ୍କ ଘରେ ଚଢ଼ାଉ କରାଯାଇ ବହୁମୂଲ୍ୟ କାଠ ପଟା ଜବତ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଜଣେ ଆସାମୀମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ପ୍ରାପ୍ତ ସୂଚନା ର ଜଣାପଡିଛି ଯେ,ଆଜି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ କୌଣସି ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ସମସ୍ତ ବନକର୍ମୀମାନଙ୍କ ସହିତ ଏମଭି -୨୪ ଗ୍ରାମର ବିଧାନ ବୈରାଗୀ ଙ୍କ ଘରେ ସର୍ଚ୍ଚ ୱାରେଣ୍ଟ ନେଇ ତଲାସ ଅଭିଯାନ ଆରମ୍ଭ କରି ବହୁ ପରିମାଣରେ ମୂଲ୍ୟବାନ କାଠ ଜବତ କରିଥିଲେ । ଉକ୍ତ ଜବତ କାଠ ମଧ୍ୟରେ ଶାଗୁଆନ ପଟା ୬୩ ଗୋଟି, ପିଆଶାଳ ପଟା ୩୩ ଖଣ୍ଡା , ଶାଗୁଆନ ଦଣ୍ଡା ୮ ଖଣ୍ଡ ଏବଂ ପିଆଶାଳ ଦଣ୍ଡା ୧୨ ଖଣ୍ଡ ଅର୍ଥାତ୍ ୧.୭୧୬୬ କ୍ଯୁବିକ୍ ମିଟର କାଠ ଜବତ ହୋଇଥିଲା। ଏବଂ ଏଥିରେ ସଂପୃକ୍ତ ଅଭିଯୁକ୍ତ ବିଧାନ ବୈରାଗୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ବନପାଳ ଦୀପଙ୍କର ସିଉଳି, ମୁରଲୀଧର ଅନଗୁଳିଆ,ସୁମିତ ବିଶ୍ବାସ, ରବିନାରାୟଣ ଖଣ୍ଡୁଆଳ ଏବଂ ସମସ୍ତ ବନରକ୍ଷୀ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.