ସ୍ବର୍ଗତ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ଆଚାରୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ ଓ ସ୍ମରଣିକା ଉନ୍ମୋଚିତ ।

0 196

ପୋଲସରା,୨୧/୦୯(ପିପିଟି):ଆଜି ପବିତ୍ର ଦଶମୀ ତିଥି ଦିବସରେ ପୋଲସରା ଅଞ୍ଚଳ ସ୍ଵନାମଧନ୍ୟ ଶିକ୍ଷାବିତ୍ ସୂର୍ଯ୍ୟନାରାୟଣ ଆଚାରୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପୌରପରିଷଦ ପୋଲସରା ବଜାରସାହି ସ୍ଥିତ କଳିଙ୍ଗ ବୈଶ୍ୟ ଭବନ ଠାରେ ପରିବାର ତରଫରୁ ଆୟୋଜିତ କରାଯାଇଥିଲା। ସ୍ବର୍ଗତଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକା ସମ୍ପାଦକ ତଥା ଆଇନଜୀବୀ ଡଃ ଜ୍ୟୋତିର୍ମୟ ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧା୍ଜଳି ସଭା ହୋଇଥିଲା। ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ସମ୍ମାନ ସ୍ପଦକ ପ୍ରତିଷ୍ଠା ଲାଭ କରି ସମଗ୍ର ପୋଲସରା ଅଞ୍ଚଳର ସ୍ଵନାମଧନ୍ୟ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରାଧାଶ୍ୟାମ ପଣ୍ଡା, ସେବା ନିବୃତ ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉତ, ପ୍ରକାଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ନାଥ ପାଢୀ, ସୁକାନ୍ତି ସାହୁ ପ୍ରମୁଖ ଶିକ୍ଷାବିତ୍ ସମେତ, ନିରଞ୍ଜନ ପ୍ରଧାନ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଟ୍ରଷ୍ଟି ଦୀପକ କୁମାର ପ୍ରଧାନ ଏବଂ ଗୌରୀ ଆମ୍ମା ଯାତ୍ରା କମିଟିର ବରିଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଅତିଥିଭାବେ ମଞ୍ଚାସୀନ ଥିଲେ। ଆରମ୍ଭରେ ଅତିଥିବୃନ୍ଦଙ୍କ ଦ୍ବାରା ସ୍ବର୍ଗତଙ୍କ ଫଟୋଚିତ୍ର ସମ୍ମୁଖରେ ଭକ୍ତିପୂତ ଭାବେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆଚାରୀ ସାର ଙ୍କ ପରିବାର ପକ୍ଷରୁ ସମସ୍ତ ଅତିଥିବୃନ୍ଦଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ସମେତ ଉପସ୍ଥିତ ଶିକ୍ଷାବିତ ଯୋଗେନ୍ଦ୍ର ମହାରଣା, ସେବା ନିବୃତ ଶିକ୍ଷକ ପ୍ରଭାକର ପ୍ରଧାନ, ଅଧ୍ୟାପକ ଦେବାଶିଷ ସ୍ୱାଇଁ, ମଞ୍ଚ ଉପସ୍ଥାପକ ରାଇ ରଞ୍ଜନ ନନ୍ଦ, ଅଧ୍ୟାପକ ଡ଼ଃ ସୁଶାନ୍ତ କୁମାର ସାହୁ ଏବଂ ମାନ୍ୟ ଗଣ୍ୟ, ଗୁଣୀ ଜ୍ଞାନୀ ବ୍ୟକ୍ତି ମାନେ ସ୍ବର୍ଗତ ଆଚାରୀ ଙ୍କ ଗୁଣ ଗାନ କରିବା ସହ କର୍ମ ମୟ ଜୀବନ ର ଗୁଣ ଜ୍ଞାନ କରିବା ସହ ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷାବିତ୍ ଆଲୋଚନା କରି ଆଚାରୀ ସାର ଙ୍କ ସମୟର ଜୀବନରୁ ଗୁଣଗାନ କରିବା ସହ ସେ ପୋଲସରାରେ ଜଣେ ଆଦର୍ଶ ଶିକ୍ଷକ, କର୍ମଠ, ଦକ୍ଷ, ପ୍ରେରଣାର ଉତ୍ସ,କୁଶଳୀ, ଛାତ୍ରବତ୍ସଳ ଓ ଦରଦୀ ଗୁଣ ଥିବା ବ୍ୟକ୍ତି ଥିଲେ। ଏଥି ସହିତ ପ୍ରାୟ ଦଶ ଗୋଟି ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ରେ ସଭାପତି ପଦ ଅଳଙ୍କୃତ କରି ବଳିଷ୍ଟ ନେତୃତ୍ୱ ରେ ପରିଚୟ ସୃଷ୍ଟି କରିବା ରେ ସଫଳ ହୋଇ ପାରି ଥିଲେ ବୋଲି ମତ ବ୍ୟକ୍ତ କରିବା ସହ ଶୋକ ଶନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭିର ସମବେଦନ ଜଣାଇଥିଲେ। ଏହି ଅବସରରେ ଦିବଂଗତଙ୍କ ଆତ୍ମାର ସଦ୍ଗତି କାମନା ସ୍ବରୂପ ଦୁଇ ମିନଟ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ସ୍ମୃତିରେ ପ୍ରକାଶିତ ‘ସ୍ମରଣିକା’ ଦିଗବଳୟର ସୂର୍ଯ୍ୟ ଉନ୍ମୋଚନ କରାଯାଇଥିଲା। ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ସ୍ବର୍ଗତ ଆଚାର୍ଯ୍ୟଙ୍କ ସୁପୁତ୍ର ଶୁଭାଶିଷ ଆଚାରୀ ଓ କନ୍ୟା ସ୍ମିତା ଆଚାରୀ ପରିବାର ବର୍ଗ ଙ୍କ ସମେତ ରକ୍ତ ସମ୍ପର୍କିୟ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିବାବେଳେ ସହଯୋଗୀଭାବେ ପୋଲସରା ପୂଜ୍ୟ ପୂଜା ପ୍ରତିଷ୍ଠାନ ର ସମ୍ପାଦକ ଆର୍. କାମରାଜୁ ପାତ୍ର ଯୋଗଦେଇ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.