ଜିଲ୍ଲା ପ୍ରଶାସନକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଶବବାହକ ଗାଡ଼ି ପ୍ରଦାନ ।

0 190

ମାଲକାନଗିରି, ୧୮/୦୯(ପିପିଟି):ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଏକ ଶବବାହକ ଗାଡ଼ି ପ୍ରଦାନ କରାଯାଇଛି।

ଆଜି ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏହି ଗାଡ଼ିଟିକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ମୁଖ୍ୟ ପ୍ରତାପ କୁମାର ବୈରିଗଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।ବ୍ୟାଙ୍କର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ଏହି ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲାର ଦୁର୍ଗମ ଓ ଆଭ୍ୟନ୍ତରୀଣ ଅଞ୍ଚଳକୁ ମୃତଦେହ ପରିବହନ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ସମ୍ମୁଖୀନ ହେବାକୁ ପଡ଼ୁଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ଏହି ଶବବାହକ ଗାଡ଼ି ବିଶେଷ ସହାୟକ ହେବ। ବ୍ୟାଙ୍କର ଏହି କାର୍ଯ୍ୟକୁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.