ବ୍ଲକ୍ ବିଶ୍ୱକର୍ମା ପୂଜାରେ ବଦଳି ଯନ୍ତ୍ରୀ କର୍ତ୍ତା ।

0 47

ବେଗୁନିଆପଡ଼ା,୧୭/୦୯(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ପରିସରରେ ଧୁମ୍‌ଧାମରେ ହେଲା ବିଶ୍ୱକର୍ମା ପୂଜା। ଆଉ ଏହି ପୂଜାରେ କର୍ତ୍ତା ଥିଲେ ବେଗୁନିଆପଡ଼ା ବ୍ଲକ୍‌ର ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ। ହେଲେ ଚର୍ଚ୍ଚା ଏଇଥିପାଇଁ, କାରଣ ତାଙ୍କୁ ଇତିମଧ୍ୟରେ ବୁଗୁଡ଼ା ବ୍ଲକ୍‌କୁ ବଦଳି ନିର୍ଦ୍ଦେଶ ହୋଇଥିବା ଜଣାପଡ଼ିଛି। ଗତ ୫ ଅଗଷ୍ଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରଦୀପ କୁମାର ସାହୁଙ୍କ ବଦଳି ନେଇ ଚିଠି ହୋଇଥିଲା । ବଦଳି ଆଦେଶକୁ ପ୍ରାୟ ମାସେ ରୁ ଉର୍ଦ୍ଧ୍ବ ସମୟ ହୋଇଥିଲେ ମଧ୍ୟ ସେ ଏଯାଏଁ ବେଗୁନିଆପଡ଼ା ବ୍ଲକ୍‌ରୁ ରିଲିଭ୍ ହୋଇନଥିବା କୁହାଯାଉଛି। ତେବେ ପ୍ରଶ୍ନ ଉଠୁଛି, ବଦଳି ଆଦେଶ ହେଲା, ହେଲେ କାର୍ଯ୍ୟକାରୀ କାହିଁକି ହେଲାନି? ଜିଲ୍ଲାପାଳଙ୍କ ଚିଠି ପରେ ମଧ୍ୟ ରିଲିଭ୍ ପ୍ରକ୍ରିୟା ଅଟକିଛି କାହିଁକି? ଏହା ପଛରେ କୌଣସି ପ୍ରଶାସନିକ କାରଣ ରହିଛି ନା ଅନ୍ୟ କିଛି?ବିଶ୍ୱକର୍ମା ପୂଜାରେ ସହକାରୀ ଯନ୍ତ୍ରୀ କର୍ତ୍ତା ହେବା ଏହି ପ୍ରସଙ୍ଗକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି। ବୁଗୁଡ଼ା ବଦଳି ଚିଠି କେବେ ହେବ କାର୍ଯ୍ୟକାରୀ? ବେଗୁନିଆପଡ଼ାରୁ କେବେ ହେବେ ରିଲିଭ  ଏହା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.