ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ପ୍ରତିଭା ସମ୍ନାନ ସମାରୋହ ।

0 2

ଆଳି,୧୪/୦୯: ସୀତାରାମ ମଣ୍ଡପ ପରିସରରେ ଏକ ବର୍ଣାଢ୍ୟ ପରିବେଶରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ପ୍ରତିଭା ସମ୍ନାନ ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି,ନାଗରିକ ମଞ୍ଚ ର ସମ୍ପାଦକ ପ୍ରାକ୍ତନ ସରପଞ୍ଚ ବିପିନ ବିହାରୀ ପରିଡା ଙ୍କ ସଂଯୋଜନା ବିଶିଷ୍ଟ ଶିକ୍ଷlବିତ ସୁଧୀର ଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱରେ ମଂଚାସୀନ ମୁଖ୍ୟ ଅତିଥି ଅଵସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ଡକ୍ଟର କେଳୁ ଚରଣ ସ୍ୱାଇଁ, ସମ୍ନାନ୍ୱିତ ଅତିଥି ବିଶିଷ୍ଟ ସମାଜସେବୀ ସନ୍ତୋଷ କୁମାର ଦାସ, ମୁଖ୍ୟ ବକ୍ତା ସାହିତ୍ୟିକ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇ ବରିଷ୍ଠ ନାଗରିକ ମଞ୍ଚ ଗଠନ ର ଭୂମିକା ଉପରେ ଆଲୋକପାତ କରିଥିଲେ । ସୁସ୍ଥ ସମାଜ ଗଠନ ରେ ଯୁବ ପିଢ଼ି ମାନଙ୍କ ନିମିତ୍ତ ସଚେତନତା ସହିତ ସମାଜ କଲ୍ୟାଣ ଦିଗରେ ଦିଗଦର୍ଶକ ଭାବେ ବରିଷ୍ଠ ନାଗରିକ ମଞ୍ଚ ର ଗୁରୁତ୍ୱ ପ୍ରତିପାଦନ କରିଥିଲେ, ଅଂଚଳର ବିଶିଷ୍ଟ ପ୍ରତିଭା ନ୍ୟାୟ ମୂର୍ତ୍ତି ସଞ୍ଜୟ କୁମାର ସାହୁ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅବିନାଶ ରାଉଳ, ବିଶିଷ୍ଠ କ୍ରୀଡ଼ାବିତ ସଞ୍ଜୟ କୁମାର ଦାସ, ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ଗୁରୁ ଚରଣ ବେହେରା ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଭବ୍ୟ ସମାରୋହରେ ସ୍ଥାନୀୟ ଜନ ପ୍ରତିନିଧି ଶିକ୍ଷlବିତ, ସମାଜସେବୀ, ସଂଗଠକ, ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.