ରାଷ୍ଟ୍ରୀୟ ଲୋକ ଅଦାଲତରେ ୫୮ଟି ମାମଲାର ସମାଧାନ : ୧,୯୮,୨୪,୯୫୦ ଅର୍ଥ ଆଦାୟ ।

0 189

ଭଞ୍ଜନଗର, ୧୨/୦୯(ପିପିଟି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବ ଜଜ୍ କୋର୍ଟ ପ୍ରାଙ୍ଗଣରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗରର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା ସମିତି ଶେଖ ମହମ୍ମଦ କଏସ ଙ୍କ ନେତୃତ୍ୱରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଥିଲା। ଏହି ଲୋକ ଅଦାଲତରେ ମୋଟ ୩୨୮ ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୫୮ଟି ମାମଲାର ସମାଧାନ ହୋଇଥିଲା। ସମାଧାନ ହୋଇଥିବା ମାମଲାଗୁଡ଼ିକରୁ ମୋଟ ୧,୯୮,୨୪,୯୫୦/- ଟଙ୍କା ଆଦାୟ ହୋଇଥିଲା। ସମାଧାନ ହୋଇଥିବା ମାମଲା ମଧ୍ୟରେ ମୋଟର ଦୁର୍ଘଟଣା ଜନିତ ମାମଲାରୁ ୧,୮୦,୫୫,୦୦୦/- ଟଙ୍କା ଆଦାୟ ହୋଇଥିଲା। ଏହା ସହିତ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍ ଚାଲାଣ ମାମଲାରୁ ୪୪,୯୫୦/- ଟଙ୍କା ଆଦାୟ ହୋଇଥିଲା। ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ 1881 ର ଧାରା 138 ରୁ ୧,୨୫,୦୦୦ ଟଙ୍କା ସେଟେଲମେଣ୍ଟ ହୋଇଛି ଏବଂ ଅନ୍ୟାନ୍ୟ ସିଭିଲ କେସ୍ ରୁ ୧୬,୦୦,୦୦୦ଟଙ୍କା ସମାଧାନ ହୋଇଛି। ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ 1881 ର ଧାରା 138 କେସ ୧ ଟି, ମୋଟର ଦୁର୍ଘଟଣା ଜନିତ କେସ୍ ୧୭ ଟି, ଟ୍ରାଫିକ ଚାଲଣ କେସ ୧୯ ଟି, ବୈବାହିକ ବିବାଦ କେସ ୧, ସିଭିଲ କେସ ୫ଟି, ଅନ୍ୟାନ୍ୟ ୧୫ଟି କ୍ରିମିନାଲ କେସ୍ ସମାଧାନ କରାଯାଇଥିଲା।ଏହି ଲୋକ ଅଦାଲତରେ ସିନିୟର ସିଭିଲ ଜଜ ଦେବାଶିଷ ବିଶୋୟୀ, ଏସ୍ ଡି ଜେ ଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି, ଜେ ଏମ୍ ଏଫ୍ ସି ଭିୟନା ନାୟକ ବିଚାରପତିମାନେ, ଲୋକ ଅଦାଲତ ବେଞ୍ଚ ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଆଇନଜୀବୀ ରମେଶ ପଣ୍ଡା, ଆଇନ୍ ସେବା ସଦସ୍ୟା ଅଳକା ମଞ୍ଜରି ପଟ୍ଟନାୟକ, ଭଞ୍ଜନଗର ବାର ଆସୋସିଏସନ ସଭାପତି ସନ୍ତୋଷ କୁମାର ନାୟକ ଏବଂ ମାମଲାର ପକ୍ଷକାରମାନେ ଯୋଗ ଦେଇଥିଲେ। ଆଇନୀଜୀବୀ ସମୀର କୁମାର ନାୟକ, ସୁଧୀର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, ରଜନୀ ପଟ୍ଟନାୟକ ଓ ପ୍ରଦୀପ ଶେଖର ପାଳ, ସୁଧୀର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, ମୋନାଲିମା ଗଉଡ, ସୁରେଶ୍ଵରି ପ୍ରଧାନ, ତାଲୁକ ଆଇନ ସେବା ସମିତି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଅପେକ୍ଷାରତ ମାମଲା ଗୁଡ଼ିକର ଶୀଘ୍ର, ସହଜ ଓ ଅଳ୍ପ ଖର୍ଚ୍ଚରେ ସମାଧାନ ହେବା ସହିତ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଥିବାରୁ ସାଧାରଣ ଲୋକମାନେ ଏହାକୁ ବେଶ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.