କ୍ଳଷ୍ଟର ସ୍ତରୀୟ ନବଭାରତ ସ୍ୱାକ୍ଷରତା ତାଲିମ ଶିବିର।

0 59

ବୋଲଗଡ,୧୦/୦୯(ପିପିଟି):ସାଗରଗାଁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ପୃକ୍ତ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ବଳବନ୍ତରାୟଙ୍କ ତତ୍ତ୍ବାବଧାନରେ ଗୁରୁବାର ଦିନ କ୍ଳଷ୍ଟର ସ୍ତରୀୟ ନବଭାରତ ସାକ୍ଷରତା ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ପ୍ରଶିକ୍ଷକ ରୂପେ ସଂଯୋଜକ ପ୍ରଦୀପ କୁମାର ବଳବନ୍ତରାୟ, ସାଗରଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ବେହେରା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହଳଦୀପଦାର ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ଯୋଗ ଦେଇଥିଲେ। ପ୍ରଶିକ୍ଷାର୍ଥୀ ଭାବେ ଦଶଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସାଗରଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ , ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ, ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ , ମୁଖ୍ୟଅତିଥି ପୂର୍ଣ୍ଣଚନ୍ଦ୍ର ବେହେରା, ମୁଖ୍ୟବକ୍ତା ସ୍ଥାନୀୟ ସରପଞ୍ଚ ରମାମଣି ଦେଈ ଓ ସମ୍ମାନିତଅତିଥି ଶୁରେଶ କୁମାର ବେହେରାଙ୍କ ସମେତ ପ୍ଲାକାର୍ଡ ଧରି ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମର ମଧ୍ୟଭାଗରେ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ନିକଟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସଚେତନତାମୂଳକ ନୃତ୍ୟ ପରିବେଷଣ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ବାଇଁଙ୍କ ନାଟ୍ୟରଚନା ଓ ଶିକ୍ଷୟିତ୍ରୀ ସ୍ନିଗ୍ଧାଞ୍ଜଳୀ ସାହୁ ଓ ମାନସ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଶିକ୍ଷାର୍ଥୀମାନେ ଭଙ୍ଗା କୁଡ଼ିଆରେ ସୁନା ଚଢ଼େଇ ନାଟକ ମଞ୍ଚସ୍ଥ କରିଥିଲେ । ସେମାନଙ୍କୁ ଅତିଥିମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଏଥିରେ ଡଃ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସାଗରଗାଁସ୍ଥିତ ଅଲଟ୍ରା ବିଦ୍ୟାଳୟର ଶିକ୍ଷକ ବୈକୁଣ୍ଠନାଥ ଜେନା, ଅତିଥି ଶିକ୍ଷକ ହରେକୃଷ୍ଣ ସାଥୁଆ ଓ ସାଗରଗାଁ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥୁଲେ। ଉଲ୍ଲାସ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ଏହି ଗ୍ରାମର ୭୦ ବର୍ଷର ବରିଷ୍ଠ ନାଗରିକ ଦାଶରଥି ଦଳେଇ ଶିକ୍ଷା ଗ୍ରହଣ ପାଇଁ ସ୍ବେଚ୍ଛାକୃତ ଭାବେ ସଭା ମଞ୍ଚକୁ ଆସିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.