ଉଦ୍ଭିଦ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

0 188

ପୋଲସରା,୧୦/୦୯ (ପିପିଟି ):ଆଜି ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ପକ୍ଷରୁ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଓ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ରୁଦ୍ର ପ୍ରସାଦ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଘ୍ନରାଜ ଗଜାନନଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ତୁଳସୀ ଗଛରେ ଜଳଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଭିଦ ବିଜ୍ଞାନ ଶିକ୍ଷାର ମୂଲ୍ୟ ସମ୍ପର୍କରେ ବିଭାଗୀୟ ମୁଖ୍ୟ ଡ଼ଃ ରୋଜିତା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ମନୋଜ କୁମାର ସାହୁ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ଅନୁସାରେ ସିଲାବସ ସମ୍ପର୍କିତ ଜ୍ଞାନ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଆ ଭାଷା ସାହିତ୍ୟର ବରିଷ୍ଠ ଅଧ୍ୟାପକ ଡ଼.ବିରଞ୍ଚି ନାରାୟଣ ରଥ ବିବେକାନନ୍ଦଙ୍କ ମୂଲ୍ୟବୋଧ ଶିକ୍ଷା ସମ୍ପର୍କରେ ଗଳ୍ପ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ବିଭାଗର ବରିଷ୍ଠ ଅଧ୍ୟାପିକା ଟୋନିକା ଦଳେଇ ଶିକ୍ଷାର ମୂଲ୍ୟ, ପୂର୍ଣ୍ଣ ଉପସ୍ଥାନ, ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ସୁନ୍ଦର ଭାବରେ ବୁଝାଇଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଉଦ୍ଭିଦ ବିଜ୍ଞାନ ଶିକ୍ଷାର ଆବଶ୍ୟକତା, ଶୃଙ୍ଖଳା ଜ୍ଞାନ, ନୈତିକ ଶିକ୍ଷା, ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ପରିବେଶ ମାଧ୍ୟମରେ ଦିଗଦର୍ଶନ ପ୍ରଦାନ କରିଥିଲେ । ଡେମୋନଷ୍ଟ୍ରେଟର ସୁଜ୍ଞାନୀ ସାହୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତଙ୍କୁ ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଅଧ୍ୟକ୍ଷ ମହୋଦୟ ବନସ୍ପତି ଶାସ୍ତ୍ରର ଗୁରୁତ୍ୱ, ଏକବିଂଶ ଶତାବ୍ଦୀରେ ବିଜ୍ଞାନର ଆବଶ୍ୟକତା,ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ସମ୍ପର୍କରେ ସୁନ୍ଦର ବକ୍ତବ୍ୟ ମାଧ୍ୟମରେ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଛାତ୍ରୀ ଇତିଶ୍ରୀ ପ୍ରଧାନ ଓ ଗାୟତ୍ରୀ ଗୌଡ଼ ସଂଯୋଜନା କରିଥିବା ବେଳେ ସ୍ୱାଗତ ସଂଗୀତ ସାଇସ୍ମିତା ସାହୁ,ରୋଶନୀ ନାହାକ ଗାନ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ର ସତ୍ୟ ନାରାୟଣ ଗୌଡ଼,ରାଜା ସ୍ୱାଇଁ, ଛାତ୍ରୀ ସ୍ମୃତି ବରାଡ଼, ଭାସ୍ବତୀ ନାୟକ,ମଧୁସ୍ମିତା ପ୍ରଧାନ,ତୁଳସୀ ପରିଡା, ଅଙ୍କିତା ବେହେରା, ମାମାଲି ନାହାକ,ଅପରାଜିତା ପଣ୍ଡା ବିଭାଗର ଅଣ ଶିକ୍ଷକ କର୍ମଚାରୀ ବିବେକାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.