ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା ।

0 0

ଭୁବନେଶ୍ୱର,୦୯/୦୯(ପିପିଟି):ଏମଏମଡିଆର ବିରୁଦ୍ଧରେ କଂଗ୍ରେସର ରାଜ୍ୟବ୍ୟାପୀ ଜନଜାଗରଣ ଆନ୍ଦୋଳନ ବିଷୟକୁ ନେଇ କଂଗ୍ରେସ ବିଧାୟକ ଦଳଙ୍କ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ପ୍ରଫୁଲ୍ଲ ପ୍ରଧାନ ଏବଂ ବିଧାୟକ ସି ଏସ ରାଜେନ ଏକ୍କା ନିଜ ମତାମତ ଉପସ୍ଥାପନ କରିଥିଲେ ।

ସିଏଲପି ନେତା ବିଧାୟକ କାଡ଼ାମ କହିଲେ ଯେ, କେନ୍ଦ୍ରର ବୈମାତୃକ ମନୋଭାବ ଓଡିଶା ପ୍ରତି ଦେଖାଦେଇଛି। ଗତକାଲି ଆମ ପ୍ରଦେଶ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ସମସ୍ତ ଦଳଙ୍କ ସହିତ ମିଳିତ ଭାବରେ ଏକ କନଭେନସନ ସଭା ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସଂଘିୟ ବ୍ଯବସ୍ଥା କୁ ମାଧ୍ୟମରେ ଯାହା ଶୁଣିବା କଥା ତାହା ଶୁଣିଲେ ନାହିଁ ଏବଂ ଏହି ଖଣି ଓ ଖଣିଜଯାତ ଦ୍ରବ୍ଯ ଆଇନ ୨୦୨୬ ପାରିତ କରିନେଲେ। ଏହି ଅଧିନିୟମ କୁ କଂଗ୍ରେସ ଦଳ ସଂପୂର୍ଣ୍ଣ ଭାବରେ ବିରୋଧ କରୁଅଛି। ଓଡିଶାର ୪. ୫କୋଟି ଲୋକଙ୍କ କଥାକୁ କେନ୍ଦ୍ର ସରକାର କୌଣସି ପ୍ରକାର ଭୃକ୍ଷେପ କଲେ ନାହିଁ। ଏହି ଅଧିନିୟମ ଦ୍ବାରା ଦେଶରେ ଥିବା ଓଡିଶା ଭଳି ଅନେକ ଖଣିଜ ରାଜ୍ଯଗୁଡିକ ପ୍ରଭାବିତ ହେବେ। ଆପଣ ମୀନେ ସମସ୍ତେ ଜାଣନ୍ତି ସୁପ୍ରିମକୋର୍ଟ ରେ ୯ଜଣ ଖଣ୍ଡପିଠ ରେ ଏକ ରାୟ ଦେଇଥିଲେ ଯେ ରାଜ୍ଯ ଗୁଡିକରେ ଥିବା ଖଣିମାନଙ୍କରୁ ସପୂକ୍ତ ରାଜ୍ଯ ଗୁଡିକ ସେସ୍ ଆଦାୟ କରିପାରିବ। କିନ୍ତୁ ଓଡିଶା ରେ ନୂଆ ସରକାର ଆସିବାର ୨ବର୍ଷ ରୁ ଅଧିକ ସମୟ ହୋଇଥିଲେ ସୁଦ୍ଧା ୧ଲକ୍ଷ ୧୦ ହଜାର କୋଟି ଟଙ୍କା ଏପର୍ଯ୍ୟନ୍ତ ଆଦାୟ କରିପାରିନାହିଁ।
ଏହି ଅଧିନିୟମ ପରେ ଆଉ ରାଜ୍ଯ କ୍ଷମତା ନାହିଁ ଏହି କର ବା ସେସ୍ ଆଦାୟ କରିପାରିବ । ଏହା ଆମ ରାଜ୍ଯ ପାଇଁ ଏତେ ବଡ ଏକ କ୍ଷତି ହେଲା ତାହା କଳ୍ପନା ବାହାରେ। ରାଜ୍ଯର ସମସ୍ତ ଅଧିକାର କେନ୍ଦ୍ର ଛଡେଇକି ନେଇଗଲା । ଏହା ପରେ ମଧ୍ଯ ଓଡ଼ିଶାର ସରକାର ନିରବ ରହୁଛନ୍ତି କୌଣସି ବି ପ୍ରତିକ୍ରିୟା ଦେଉ ନାହାନ୍ତି। କିନ୍ତୁ ତାଙ୍କର ମନ୍ତ୍ରୀ କହୁଛନ୍ତି ଏହି ନିୟମ ଦ୍ବାରା ରାଜ୍ଯ ଅଧିକ ପାଇବ। ଯଉ ଅଞ୍ଚଳରେ ଖଣି ଖାଦାନ ରହୁଛି ସେଠି ଆଦିବାସୀ ମାନେ ରହୁଛନ୍ତି। ଅନ୍ଯ ରାଜ୍ୟ ମାନଙ୍କରେ ପେସା ଆଇନ ଲାଗୁହେଲେ ମଧ୍ଯ ଓଡିଶା ରେ ପେସା ଆଇନ ଲାଗୁ ହୋଇପାରିଲା ନାହିଁ। ଯାହା ଆଦିବାସୀଙ୍କ ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ଏହି ବିଧେୟକୁ ସରକାର ଯଦି ସଂଶୋଧନ ନକରନ୍ତି ଆଗାମୀ ଦିନରେ କଂଗ୍ରେସ ବିଧାନସଭାରେ ଓ ରାଜ ରାସ୍ତାରେ ଲୋକଙ୍କ ପାଇଁ ଲଢେଇ କରିବ ବୋଲି ପ୍ରକାଶ କରିଥିଲେ ।
ବରିଷ୍ଠ ବିଧାୟକ ଶ୍ରୀ ବାହିନୀପତି କହିଲେ,
କେନ୍ଦ୍ର ସରକାର ଯେଉଁ ଖଣି ବିଲ ୨୦୨୬ ଆଣିଛନ୍ତି ସମସ୍ତେ ଜାଣିଛନ୍ତି ସଂସଦ ରେ ତାହା ବିନା ଆଲୋଚନାରେ ୧୦ ମିନିଟ ଭିତରେ ପାସ କରି ଦେଇଛନ୍ତି। ତାହା ସଂପୂର୍ଣ୍ଣ ଭାବରେ ରାଜ୍ଯ ବିରୋଧୀ ଆଇନ। ରାଜୀବ ଗାନ୍ଧୀ ଯେଉଁ ନିୟମ କରିଥିଲେ ଗ୍ରାମ ସଭା ପଲ୍ଲୀ ସଭା କରିଲା ପରେ ଖଣି ଗୁଡିକ ଦେବାର ନିୟମ ତାହା କିନ୍ତୁ ଆଦାନୀ ଓ ଅମ୍ବାନୀ ଙ୍କୁ ସବୁ ଖଣି ଦେବାପାଇଁ ଏ ସରକାର ତରତର ହୋଇ ଏହି ନିୟମ ଗୁଡିକ ଆଣିଛନ୍ତି। କଂଗ୍ରେସ ଏହି ଭୁଲ ଖଣି ନିୟମ କୁ ନେଇ ସାଧାରଣରେ ସଚେତନତା ଆରମ୍ଭକରିବ ଆଗାମୀ ଦିନରେ ଓ ଯଦି ଏହା ସଂସୋଧନ କରାନଯାଏ ସରକାରକୁ ପ୍ରବଳ ମାତ୍ରା ରେ ବିରୋଧ କରାଯିବ ।

ବିଧାୟକ ଶ୍ରୀ ଏକ୍କା କହିଲେ, ଯେବେଠୁ ଏହା ଖଣି ନିୟମ ଆସିଲା ଡବଲ ଇଞ୍ଜିନ ସରକାର ଓଡିଶାର ସ୍ବାର୍ଥକୁ ଧୁଳିସାଦ କରିଦେଲା । ଓଡିଶାରୁ ପ୍ରତିନିଧିତ୍ବ କରୁଥିବା ୨୦ ଜଣ ସାଂସଦ କେହି ମଧ୍ଯ ସଂସଦରେ ଏହାର ପ୍ରତିବାଦ କଲେନାହିଁ। ସେହିଦିନ ଠାରୁ ଓଡ଼ିଆଙ୍କୁ ନିଜର ହକ୍ ପ୍ରଦାନ କରିବା ପାଇଁ କଂଗ୍ରେସ ଦଳ ଓ ଇଣ୍ଡିଆ ମେଣ୍ଟ ଏହି ଅଧିନିୟମ ର ବିରୋଧ ଓ ପ୍ରତିବାଦ କରି ଆସିଛି। ଝାରଖଣ୍ଡ ସରକାର ଯଦି ନିଜ ରାଜସ୍ବ ଆଦାୟ କରିବାରେ ସମର୍ଥ ହେଇଛି ତେବେ ଦୁଇ ଦୁୁଇ ବର୍ଷ ଉପରେ ହେଇଗଲା ସରକାର କଣ କରୁଥିଲେ। ରାଜସ୍ବ ଆଦାୟ କରି ପାରିଲେ ନାହିଁ ଯାହା ଫଳରେ ଓଡିଶାକୁ ଅନେକ କ୍ଷତି ସହିବାକୁ ପଡିଛି।

ବରିଷ୍ଠ ବିଧାୟକ ଶ୍ରୀ ପ୍ରଧାନ କହିଲେ, ରାଜ୍ୟରୁ ଯାଇଥିବା ୨୦ ଜଣ ସାଂସଦ ନୀରବ ରହିବା ଅର୍ଥ ନିଜ ମୁଣ୍ଡ ବିକିଦେବା । ଏହା କିଭଳି ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ ପଚାରିଥିଲେ । ସମସ୍ତ ବିଧାୟକ ଆଗକୁ କଂଗ୍ରେସ ଦୁର୍ବାର ଆନ୍ଦୋଳନରେ ଝାସ ଦେବାର ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.