ଓଡିଶା ରତ୍ନ ଜାତୀୟ ପୁରସ୍କାର ୨୦୨୬ ପାଇଁ ଶିକ୍ଷାବିତ ମନୋନୀତ ।

0 0

ଭୁବନେଶ୍ୱର,୦୯/୦୯(ପିପିଟି):ନାସନାଲ ଏକାଡେମୀ ଅଫ ସାକ୍ଷରତା ମିଶନ (NASM) ତରଫରୁ ଆୟୋଜିତ ଓଡିଶା ରତ୍ନ ଜାତୀୟ ପୁରସ୍କାର ୨୦୨୬ ପାଇଁ ଶିକ୍ଷାବିତ ରଶ୍ମିରଞ୍ଜନ ମିଶ୍ର ମନୋନୀତ ହୋଇଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ ବିକାଶ ଗ୍ଲୋବାଲ ସ୍କୁଲ, ଖଣ୍ଡଗିରି ରେ ପ୍ରଶାସକ ଭାବେ କାର୍ଯ୍ୟରତ। ସେ ପୂର୍ବରୁ ରାଜ୍ୟ ସ୍ତରୀୟ ” ଗୋଦାବରୀଶ ଶିକ୍ଷା ଗୌରବ ସମ୍ମାନ ୨୦୨୬” ରେ ସମ୍ମାନିତ ହୋଇଛନ୍ତି।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଶ୍ରୀ ମିଶ୍ର ଜଣେ କର୍ତ୍ତବ୍ୟନିଷ୍ଠ ସୁପ୍ରଶାସକ ଭାବେ ଦୀର୍ଘ ୨୨ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ରେ କାର୍ଯ୍ୟ ସମ୍ପାଦନା କରିଆସିଛନ୍ତି। ତାଙ୍କର ପଥ ପ୍ରଦର୍ଶନରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଆଜି ଅଗ୍ରଣୀ ଅନୁଷ୍ଠାନ ଭାବରେ ପରିଗଣିତ। ଜଣେ ଧର୍ମପରାୟଣ ବ୍ୟକ୍ତି ଭାବରେ ଜଣାଶୁଣା। ଶ୍ରୀ ମିଶ୍ର ଓଡିଶା ବୈଦିକ ବ୍ରାହ୍ମଣ ସମାଜ ଟ୍ରଷ୍ଟ ର ରାଜ୍ୟ ସମ୍ପାଦକ ଭାବେ ଅବସ୍ଥାପିତ। ଶ୍ରୀ ମିଶ୍ର ଯାଜପୁର ଜିଲ୍ଲା ମାସଡ଼ା ଗ୍ରା. ପ. ଗୋୖଡସାହି ଗ୍ରାମର ସ୍ୱର୍ଗତ ଶ୍ରୀ ମଧୁସୂଦନ ମିଶ୍ର ଓ ଶ୍ରୀମତୀ କନକଲତା ମିଶ୍ରଙ୍କର ପୁତ୍ର ଅଟନ୍ତି।

Leave A Reply

Your email address will not be published.