ବିଜୁ ଜନତା ଦଳର ମିଶ୍ର ପର୍ବ, କଂଗ୍ରେସ ଛାଡିଲେ ବହୁ କର୍ମୀ ।

0 4

ମାଲକାନଗିରି,୦୯/୦୯(ପିପିଟି):ବିଜୁ ଜନତା ଦଳ ପ୍ରତି ଅକୁଣ୍ଠ ଭଲପାଇବା ନବୀନ ଓଡ଼ିଶାର ସଂକଳ୍ପକୁ ଆହୁରି ଦୃଢ଼ କରୁଛି ଲୋକଙ୍କ ସମର୍ଥନରେ ବଳିଷ୍ଠ ହେଉଛି ବିଜୁ ଜନତା ଦଳ । ଲୋକଙ୍କ ବିପୁଳ ସମର୍ଥନରେ ବିଜୁ ଜନତା ଦଳ ଜନ ଆନ୍ଦୋଳନରେ ପରିଣତ ହେଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଏବଂ ଦଳୀୟ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳର ଅନେକ ନେତୃବୃନ୍ଦ ଏବଂ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଉଛନ୍ତି । ଆଜି ମାଲକାନଗିରି ସହର ଲାଠିଆଗୁଡା ସ୍ଥିତ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳ ଛାଡି ମାଲକାନଗିରି ଜିଲ୍ଲା କଂଗ୍ରେସ ଜିଲ୍ଲା ଅନୁସୂଚିତ ଜାତି ସେଲର ଜିଲ୍ଲା ସଭାପତି ତଥା ନାଟଗୁରୁଧନୁର୍ଜୟ ହନ୍ତାଳ ,ବୁଜୁରାମ ସୀସା , ମହିମା ଭକ୍ତ ,ଚନ୍ଦ୍ର ପାଙ୍ଗି ମହିମା ,ଉଗ୍ର ଖିଲ ,ମୋହନ ଗୋଲାରୀ ସମେତ ଅନେକ କର୍ମୀ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଜିର ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ରାଜେନ୍ଦ୍ର ଖସଲା ,ଜିଲ୍ଲା ବିଜେଡି ସମ୍ପାଦକ ଏମ୍ ଡି ଫାରୁଖ୍ ,ଜିଲ୍ଲା ସମ୍ପାଦକ ବିକାଶ ମଣ୍ଡଳ ,ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା ,ଜିଲ୍ଲା ସମ୍ପାଦକ କେ.ରାହୁଲ , ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି ,କରୁକୋଣ୍ଡା ବ୍ଲକ ସଭାପତି ତ୍ରିଲୋଚନ ଚୌଧୂରି ,ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ , ପଡିଆ ବ୍ଲକ ସଭାପତି ମେସାକ୍ ମାଦ୍ରୀ ,ବରିଷ୍ଠ ବିଜେଡି ନେତା ମାଧବ ସାବତ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.