ଦିଗପହଣ୍ଡି ବ୍ଲକ କଇଠଖଣ୍ଡିରେ କଂଗ୍ରେସ ବିଏଲଏ-୨ ପକ୍ଷରୁ ସମ୍ୱର୍ଦ୍ଧନା ସଭା ।

0 2

ଦିଗପହଣ୍ଡି,୦୯/୦୯(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ମୂଳଦୁଆ ଆହୁରି ସୁଦୃଢ଼। ମୋଟ ବୁଥ୍‌‍ର ୨୦୦ରୁ ଊର୍ଦ୍ଧ୍ୱ ବିଏଲଏ-୨ଙ୍କୁ ସଫଳତାର ସହ ନିଯୁକ୍ତି ଓ ପ୍ରଶିକ୍ଷଣ ଦିଆଯିବା ପରେ, ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକର ସମସ୍ତ ନବନିଯୁକ୍ତ ବିଏଲଏ-୨ ମାନଙ୍କୁ ନେଇ କଇଠଖଣ୍ଡି ଗ୍ରାମ ପଞ୍ଚାୟତରେ ଏକ ଭବ୍ୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୋଟ ୬୦ ଜଣ ବିଏଲଏ-୨ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ କଂଗ୍ରେସ ନେତା ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ସାମ୍ୱାଦିକ ତଥା ସାମାଜିକ କର୍ମୀ ରବି ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦଙ୍କୁ ସ୍ଵାଗତ ଜଣାଇବା ସହିତ ଏଭଳି କଂଗ୍ରେସ କର୍ମୀମାନେ ଏକାଠି ରହି ଲଢ଼େଇ ଜାରି ରଖିଲେ କଂଗ୍ରେସର ପୂର୍ବ ଗୌରବ ଫେରାଇ ଆଣିପାରିଲେ ଭାଜପା ସରକାରର ନିଶ୍ଚିତ ପତନ ହେବ ବୋଲି ପ୍ରକାଶ କରିଥିଲେ । ଶ୍ରୀ ରଥ କହିଲେ, ବିଭିନ୍ନ ସରକାରଙ୍କ ବେଳେ ଦିଗପହଣ୍ଡି ବ୍ଲକ ଅବହେଳିତ ହୋଇ ରହିଛି । ଏହାର ବିକାଶ ପାଇଁ ଅଞ୍ଚଳବାସୀଙ୍କ ଲଢ଼େଇର ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲା ସ୍ତରୀୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ତଥା ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଭୋଟର ତାଲିକା ସୁରକ୍ଷାରେ ବିଏଲଏ-୨ଙ୍କ ଐତିହାସିକ ସଫଳତା ତଥ୍ୟଭିତ୍ତିକ ଉପସ୍ଥାପନା ଅନୁଯାୟୀ,ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ଦିଗପହଣ୍ଡିରେ ଭୋଟର ତାଲିକାରୁ ନାମ କଟିବା ସଂଖ୍ୟା ଅପେକ୍ଷାକୃତ ବହୁତ କମ୍‌‍ ରହିଛି । ସାକା ସୁଜିତ କୁମାରଙ୍କ ନେତୃତ୍ଵରେ ନିଯୁକ୍ତ ହୋଇଥିବା ବିଏଲଏ-୨ ମାନଙ୍କ ପାରଦର୍ଶିତା, ସତର୍କତା ଓ ଦକ୍ଷ କାର୍ଯ୍ୟଶୈଳୀ ଯୋଗୁଁ ଅନେକ ଯୋଗ୍ୟ ଭୋଟରଙ୍କ ନାମ କଟିବାରୁ ରକ୍ଷା ପାଇପାରିଛି, ଯାହା ଆଗାମୀ ଦିନରେ ଦଳର ଭୋଟ ପ୍ରତିଶତ ବୃଦ୍ଧି କରିବାରେ ବେଶ୍‌‍ ସହାୟକ ହେବ ।

Leave A Reply

Your email address will not be published.