୧୫ରେ ସଂପୁର ନୂଆଖାଇ ମହୋତ୍ସବ ପାଇଁ ଦାଇତ୍ଵ ବଣ୍ଟନ।

0 2

ବୋଲଗଡ଼ ୦୭/୦୯(ପିପିଟି): ପଶ୍ଚିମ ଓଡ଼ିଶାର ଗଣପର୍ବକୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମରେ ଦୁଇଶତାବ୍ଦୀ ଧରି ପାଳିତ ହୋଇଆସୁଅଛି I ଏବେ ବିଗତ କିଛିବର୍ଷ – ଧରି ଏହି ପର୍ବକୁ ମହୋତ୍ସବ ମଧ୍ୟମରେ ଖୁବ ଧୁମ୍‌ଧାମରେ ପାଳନ କରାଯିବା ସହିତ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରାଯାଉଛି I ଚଳିତବର୍ଷ ନୂଆଖାଇ ପର୍ବ ସେପ୍ଟେମ୍ବର – ୧୫ରେ ପଡ଼ୁଥିବାବେଳେ ଜ୍ୟୋତିଷ ଗଣନା କରାଯାଇ ଉକ୍ତ ଦିନ ସକାଳ ୯.ଟା ୧୫ ରୁ ୧୦.୩୦ ମିନିଟ୍‌ରେ ପ୍ରସାଦ ଲାଗି କରାଯିବାକୁ ଲଗ୍ନଧାର୍ୟ୍ୟ ହୋଇଛି। ବିଧିବିଧାନ ପୂର୍ବକ ନୂତନ ଧାନ ସଂଗ୍ରହକରି ସେଥିରୁ ଚାଉଳ ଓ ନୂଆ ଚୁଡ଼ା ପ୍ରସ୍ତୁତି ସହ ଅନ୍ୟାନ୍ୟ କାର୍ଯ୍ୟ ପରିଚାଳନା ପାଇଁ ବୈଠକରେ ଗ୍ରାମବାସୀମାନେ ଆଲୋଚନା କରିଅଛନ୍ତି I ଏହି ପର୍ବ ଅବସରରେ ଚଳିତ ମାସ ୧୫ ତାରିଖ ମଙ୍ଗଳ ବାରଦିନ ଆୟୋଜିତ ସଂପୁର ନୂଆଖାଇ ମହୋତ୍ସବରେ ଗ୍ରାମର କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଅପରାହ୍ନରେ ଗ୍ରାମ ଓ ବିଭିନ୍ନ ଜିଲ୍ଲାର ବହୁ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ଲୋକନୃତ୍ୟ ପରିବେଷଣ ସହ ସନ୍ଧ୍ୟାରେ ଆଧୁନିକ ନୃତ୍ୟ, ଭଜନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ସ୍ଥିର ହୋଇଛି I ବିଭିନ୍ନ ବର୍ଗର ଅତିଥିମାନଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ। ଏହି କାର୍ଯ୍ୟକ୍ରମ ସୁପରି ପରିଚାଳନା ପାଇଁ ବୈଠକରେ ବିଭିନ୍ନ ବିଭାଗ ଗଠିତ ହୋଇ ଦାୟିତ୍ଵ ବଣ୍ଟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ସମ୍ବଲପୁର ରାଣୀ ମୁକ୍ତାଦେଈ ପାଞ୍ଚଗଡ଼(ସଂପୁର) ଶାସିକା ଥିବାବେଳେ ୧୮୧୭ ମସିହାଠାରୁ ଅଦ୍ୟାବଧୂ ୨୦୦ରୁ ଉର୍ଦ୍ଧ ବର୍ଷ ଧରି ଗ୍ରାମବାସୀ ଏଠାରେ ନୂଆଖାଇ ପର୍ବ ପାଳନ କରିଆସୁଛନ୍ତି I

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.