ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ।

0 96

​କଲ୍ୟାଣସିଂହପର,୦୬/୦୯: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥିତ ସ୍ଥାନୀୟ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା ସମିତିର ସଭାପତି ଭି. ଭି. ୱାର ପ୍ରସାଦ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
​ସମ୍ମାନିତ ଅତିଥି ଭାବେ ନିର୍ମଳା କାଡ୍ରାକା, କଲେଜ ଅଧ୍ୟକ୍ଷ ଜଗେଶ୍ୱର ଗରଡ଼ା, ଡା. ସୌମ୍ୟ ରଞ୍ଜନ ଜେନା, ଯୁକ୍ତ ଦୁଇ ର ସମ୍ପାଦକ ମାଉଡ଼ି ବାରିକ, ଯୁକ୍ତ ୩ ସମ୍ପାଦକ ଏଙ୍କେଟେଶ୍ୱର ପାଢ଼ୀ ମଞ୍ଚାସୀନ ରହିଥିଲେ। ପ୍ରାରମ୍ଭରେ ମଞ୍ଚ ଉପରେ ଅତିଥିମାନଙ୍କୁ ଉତ୍ତରୀୟ, ବ୍ୟାଜ୍ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନେ ମଧୁର ସ୍ୱରରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।
​କଲେଜ ଅଧ୍ୟକ୍ଷ ଜଗେଶ୍ୱର ଗରଡ଼ା ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନ କରି କଲେଜର ଅଗ୍ରଗତି ଓ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀ ଉଲାକା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଉଚ୍ଚ ଶିକ୍ଷା, ନୈତିକ ମୂଲ୍ୟବୋଧ ଏବଂ ଅଞ୍ଚଳର ବିକାଶରେ ଯୁବପିଢ଼ିଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରି ଉପାଦେୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ଅତିଥି ଓ ପରିଚାଳନା ସଂସ୍ଥାର ସଦସ୍ୟମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖି କଲେଜର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
​ଶେଷରେ ହେମନ୍ତ ବାଗ, ସଂଯୁକ୍ତା ଗରଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷ ହେବା ପରେ ଅତିଥି, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଦ୍ୱିତୀୟାର୍ଦ୍ଧରେ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆନନ୍ଦିତ କରିଥିଲା। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକଅଧ୍ୟାପିକା , କର୍ମଚାରୀ ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.