ବୋଲଗଡ଼ରେ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ।

0 189

ବୋଲଗଡ଼,୦୩/୦୯(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବଙ୍କୋଇ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଲ୍ଲାସ ତାଲିମ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଉଲ୍ଲାସ ପ୍ରଶିକ୍ଷଣର ଉପଦୟତା ସମ୍ପର୍କରେ ଆଲୋକପାତ କରିଥିଲେ ।ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦଳେଇଙ୍କ ପୌରୋହିତ୍ୟ ଓ ସଂପୃକ୍ତ ସାଧନା କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମରେ ପ୍ରଶିକ୍ଷକ ରୂପେ ପିଚୁକୁଳି ସାଧନା କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ,ସାଗର ଗୁଅ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରା ଏବଂ ଦେଉଳି ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତାନିମା ବଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ପ୍ରଶିକ୍ଷାର୍ଥୀ ରୂପେ ଅନ୍ୟ ସମସ୍ତ ପ୍ରଧାନ କେନ୍ଦ୍ର ସଂଯୋଜକ,ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବମୋଟ ୫୬ ଜଣ ଯୋଗ ଦେଇଥିଲେ । ଚଳିତ ମାସ ୧୦ ତାରିଖ ସୁଧା ୧୪ ସାଧନ କେନ୍ଦ୍ରରେ ଉକ୍ତ ତାଲିମ ଶିବିରର ଆୟୋଜନ କରିବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେବା ସହ ସମସ୍ତ ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.