ପୋଲସରା ଏସଏସବିଏମରେ ଜିଲ୍ଲା ସ୍ତରୀୟ ସ୍କାଉଟ ଗାଇଡ୍ସର ତାଲିମ ଶିବିର।

0 1

ପୋଲସରା,୦୨/୦୯ (ପିପିଟି) : ପୋଲସରା କାଳୀ ମନ୍ଦିର ସାହି ନିକଟସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍କାଉଟ୍ ଗାଇଡ୍ସର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍କାଉଟ୍ ଗାଇଡ୍ସର ସମ୍ପାଦକ ଭାଗୀରଥୀ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଦାଶରଥି ସ୍ବାଇଁଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ତୃତୀୟ ପର୍ଯ୍ୟାୟ ଟେଷ୍ଟ କ୍ୟାମ୍ପରେ ଜିଲ୍ଲା ସ୍କାଉଟ୍ ତାଲିମ କମିଶନର ବିକ୍ରମ ମହାରଣା, ସହ ତାଲିମ କମିଶନର ଅରୁଣ କୁମାର ଡାକୁଆ, ଜିଲ୍ଲା ରିପ୍ରେଜେଣ୍ଟେଟିଭ ଭାସ୍କର ରଣା ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭ ଆରମ୍ଭ ଏବଂ ସ୍କାଉଟ୍ ପ୍ରତିଷ୍ଠାତା ରେଡେନ ପାୱାଲ ଏବଂ ଗାଇଡ୍ସର ପ୍ରତିଷ୍ଠାତା ଲେଡି ଭେଡେନ ପାୱାଲ ଉଭୟଙ୍କ ଫୋଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶୁଭାରମ୍ଭ କରିଥିଲେ । ପରେ ତାଲିମଦାତାମାନେ ଉପସ୍ଥିତ ସ୍କାଉଟ୍ ଏବଂ ଗାଇଡ୍ସମାନଙ୍କୁ ଫ୍ଲାଗ ପ୍ରୋସିସର୍, ନଟୀ° ବେଣ୍ଡେଜ ପ୍ରାଥମିକ ଚିକିତ୍ସା, ମ୍ୟାପିଙ୍ଗ, କମ୍ପାସ ଏଷ୍ଟିମେସନ୍, ସିଗନାଲିଙ୍ଗ, ହେଣ୍ଡ ସିଗନାଲ, ସ୍କାଉଟ୍‌ର ଇତିହାସ, ଷ୍ଟ୍ରେଚର, ଫ୍ଲାଗ ମାଷ୍ଟ୍, ସେଲ୍‌ଟର, ୟୁନିଫର୍ମ, ପଦୋନ୍ନତି, ନିୟମ, ପ୍ରତିଜ୍ଞା ନିୟମ,କରମର୍ଦ୍ଦନ, ସ୍କାଉଟ୍ ଗାଇଡ୍ ସାଇନ୍,ସାଲ୍ୟୁଟ ପ୍ରଭୃତି ବିଷୟରେ ତାଲିମ ପ୍ରଦାନ କରିଥିଲେ ।ଏହି ଅବସରରେ କନକଦୁର୍ଗା ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖଲ୍ଲିକୋଟ ସଙ୍କୁଳ ମୁଖ୍ୟ ବିଭୂତି ଭୂଷଣ ପାତ୍ର ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀ ସ୍କାଉଟ୍‌ ଗାଇଡ୍ସମାନଙ୍କୁ ମାର୍ଗଦର୍ଶନ ଦେବା ସହିତ ଉପଯୁକ୍ତ ତାଲିମ ଏବଂ ଶିକ୍ଷା ଆହରଣ କରି ସମାଜରେ ଜଣେ ଜଣେ ଉତ୍ତମ ଚରିତ୍ରବାନ ନାଗରିକ ହେବାକୁ ଆର୍ଶିବଚନ ଦେଇଥିଲେ । ଜ୍ଞାନ ବର୍ଦ୍ଧକ ଶିବିରରେ ଉକ୍ତ ପୋଲସରା ଅନୁଷ୍ଠାନ ସମେତ ପୋଲସରା ବ୍ଲକର କନକଦୁର୍ଗା ବିଦ୍ୟାପୀଠ, ଗୋଠଳି ହାଇସ୍କୁଲ, ଏମ୍ ଏସ ଭି ପୋଲସରା, ଏମ୍ ଏସ ଏସ ବି ଭି କଲେଜ ତୋଟାସାହି , ଖଲ୍ଲିକୋଟ ବ୍ଲକ୍ ଏସ ଏସ ଭି ଏମ୍ ଖଲ୍ଲିକୋଟ, ସୋରଡ଼ା ବ୍ଲକର ସୋରଡ଼ା ହାଇସ୍କୁଲ, ବୁଗୁଡ଼ା ବ୍ଲକର ବି. କରଡାବାଡି, ଭାମଶିଆଳି ଓ କବିସୂର୍ଯ୍ୟନଗର ବ୍ଲକର ସିଦ୍ଧେଶ୍ୱର ହାଇସ୍କୁଲ ବଡବଡ଼ିଆପଡ଼ାର ସ୍କାଉଟ ଗାଇଡ୍ସମାନେ ଯୋଗଦେଇଥିଲେ। ଶିବିର କାର୍ଯ୍ୟକ୍ରମରେ ସ୍କାଉଟ୍ ମାଷ୍ଟର ନୀଳକଣ୍ଠ ମହାରଣା, ପବିତ୍ର ତରାଇ, ସିଦ୍ଧାନ୍ତ ରାଉତ, ବିଦ୍ୟାଧର ଷଡ଼ଙ୍ଗୀ, ଅରୁଣ କୁମାର ବିଷୋୟୀ, ହରିହର ସାହୁ, ଦାଶରଥି ସାଥୁଆ, ସୁରଜ କୁମାର ପ୍ରଧାନ, ନିଳାଞ୍ଚଳ ଗୌଡ଼, ଚିନ୍ମୟ ସାରଙ୍କ ସମେତ ଗାଇଡ୍ସ କ୍ୟାପେଟନ ଉର୍ମିଳା ମାଝୀ, ବଙ୍ଗାଲୀ ମୁଣ୍ଡା, ଗାୟତ୍ରୀ ପଣ୍ଡା, ପ୍ରୀୟଦର୍ଶନୀ ପ୍ରଧାନ, ଆଲଫା ମହାରଣା ଏବଂ ଅ°ଶ ଗ୍ରହଣ କରିଥିବା ପ୍ରତ୍ୟେକ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ଓ ଗାଇଡ୍ସ କ୍ୟାପ୍ଟେନ୍‌ମାନେ ଯୋଗଦେଇଥିବା ବେଳେ ଆୟୋଜକ ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ,ଗୁରୁମା ଓ କର୍ମଚାରିଗଣ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଆଚାର୍ଯ୍ୟ ମହୋଦୟ ଉପସ୍ଥିତ ସମସ୍ତ ତାଲିମଦାତା, ମାଷ୍ଟର, କ୍ୟାପ୍ଟେନ୍, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରିମାନଙ୍କୁ ଅନୁଷ୍ଠାନ ତରଫରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.