ଡମଳିମା ଗ୍ରାମରୁ ବନ ବିଭାଗ ଦ୍ୱାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ।

0 2

​କଲ୍ୟାଣସିଂହପୁର ୦୨/୦୯: କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଲିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ, ଡମଲିମା ଗ୍ରାମ ନିକଟରେ ବଜ୍ରକାପ୍ତାଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଫରେଷ୍ଟର ବର୍କାରାଣୀ ପାତ୍ର, ଫରେଷ୍ଟ ଗାର୍ଡ ଅନୁଷ୍କା ପଣ୍ଡା, ପାରା ଫରେଷ୍ଟର ବିକ୍ରମ ନାଇଡୁଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଉଦ୍ଧାର ପରେ ବଜ୍ରକାପ୍ତାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ତାହାକୁ ସୁରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.