ବେଗୁନିଆପଡ଼ାରେ ଠିକାଦାର ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ।

0 32

ବେଗୁନିଆପଡା,୩୦/୦୮(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ସିଦ୍ଧେଶ୍ଵର ମନ୍ଦିର ପରିସରରେ ଠିକାଦାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଲ୍ଲିକୋଟ, ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳର ବହୁ ଠିକାଦାର ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ ଠିକାଦାରମାନଙ୍କ ସ୍ୱାର୍ଥ ସମ୍ପର୍କରେ ଆଲୋଚନା କରିଥିଲେ।ବିଶେଷକରି ଟେଣ୍ଡର ପ୍ରକ୍ରିୟା ଓ କାର୍ଯ୍ୟାଦେଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ବୈଠକରେ ଉଠିଥିଲା। ଠିକାଦାରମାନେ ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଇବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଅନ୍ୟପଟେ, ଖଲ୍ଲିକୋଟ କ୍ଷ୍ୟୁଦ୍ର ଜଳସେଚନ ଏସ୍‌ଡିଓ ଜୟଶ୍ରୀ ଓଝାଙ୍କ କାର୍ଯ୍ୟଶୈଳୀକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଥିବା ବୈଠକରେ ପ୍ରକାଶ ପାଇଥିଲା। ଏସ୍‌ଡିଓଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଠିକାଦାରମାନେ କ୍ଷୋଭ ପ୍ରକାଶ କରିଥିଲେ।ଜଗତା କେନାଲ ନିର୍ମାଣ କାର୍ଯ୍ୟ ଦୀର୍ଘ ମାସ ଧରି ଶେଷ ହୋଇଥିବା ବେଳେ ଠିକାଦାର ପ୍ରାପ୍ଯ ପାଉ ନ ଥିବା, ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଠିକାଦାର ମାନେ ବିଲ୍ ପାଇବାରେ ଅହେତୁକ ବିଳମ୍ବ ନେଇ ଉଦବେଗ ପ୍ରକାଶ କରିଥିଲେ। କ୍ଷୁଦ୍ର ଜଳସେଚନ ବିଭାଗୀୟ ଏସଡିଓ ବିଲ୍ ପ୍ରଦାନରେ ସହଯୋଗ କରୁ ନଥିବା ଏପରିକି ଠିକାଦାର ମାନଙ୍କୁ ଉଦେଶ୍ୟ ମୂଳକ ଭାବେ ହଇରାଣ ଏବଂ ମାତ୍ରାଧିକ ପିସି ଚାର୍ଜ କରୁଥିବା ବହୁ ଠିକାଦାର ମାନେ ଅଭିଯୋଗ କରିଛନ୍ତି। ଏସଡିଓଙ୍କ ବେପରୁଆ କାର୍ଯ୍ଯକୁ ନେଇ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ହୋଇଛି। ଖଲ୍ଲିକୋଟ ଏମ୍ ଆଇ ଏସଡିଓ ଜୟଶ୍ରୀ ଓଝା ନିଜକୁ ମନ୍ତ୍ରୀ ଏବଂ ବିଧାୟକ ଙ୍କ ପାଖଲୋକ କହି ବେଆଇନ କାର୍ଯ୍ୟ କଳାପ କରୁଥିବା ବହୁ ଠିକାଦାର ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ତାଙ୍କୁ ଏଠାରୁ ବଦଳି କରି ନୂତନ ଏସଡିଓ ଏଠାକୁ ଅଣାଯିବାକୁ ଦାବି କରିଛନ୍ତି ଠିକାଦାର।

ଠିକାଦାରମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନ୍ୟାୟସଙ୍ଗତ ବ୍ୟବସ୍ଥା ପାଇଁ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏଥିରେ ସଂଘର ସଭାପତି ତପନ ଆଚାର୍ଯ୍ୟଙ୍କ ସମେତ ଅଞ୍ଚଳର ବହୁ ଠିକାଦାର ଏଥିରେ ସାମିଲ ହୋଇଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.