ଅବକାରୀ ବିଭାଗ ଦ୍ଵାରା ୪୦୦ କେଜି ଗଞ୍ଜେଇ ଜବତ ।

0 33

ମାଲକାନଗିରି ,୩୦/୦୮(ପିପିଟି):ଚିତ୍ରକୋଣ୍ଡା ଅନ୍ତର୍ଗତ ସାରୁକୁବନ୍ଧ ଜଙ୍ଗଲ ନିକଟରୁ ୪୦୦ କେଜି ଗଞ୍ଜେଇ ଜବତ ହୋଇଛି ।ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଅବକାରୀ ବିଭାଗ ମାଲକାନଗିରି ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦେଶ କ୍ରମେ ମାଲକାନଗିରି ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ ଓ ବାଲିମେଳା ଅବକାରୀ ବିଭାଗ ଥାନା ଅଧିକାରୀ ବ୍ରଜ ବିହାରୀ ନାୟକଙ୍କ ମିଳିତ ଚଢ଼ାଉରେ ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ସାରକୁବନ୍ଧ ନିକଟସ୍ଥ ଜଙ୍ଗଲ ରୁ ୪୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି ବୋଲି ସୂଚନା ମିଳିଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ମିଳିତ ଚଢ଼ାଉରେ ବାଲିମେଳା ଅବକାରୀ ବିଭାଗ ଦ୍ଵାରା ୩୦୦ କିଲୋ ଜବତ ହୋଇଥିବା ବେଳେ ମାଲକାନଗିରି ଅବକାରୀ ବିଭାଗ ଦ୍ଵାରା ୧୦୦ କିଲୋ ଜବତ କରାଯାଇଥିଲା ।

ଜବତ ଗଞ୍ଜେଇର କୌଣସି ବ୍ୟକ୍ତି ଦାବିଦାର ନଥିବା ବେଳେ ବାଲିମେଳା କେଶ ନମ୍ବର ୧୦୯/ ୨୬ ଓ ମାଲକାନଗିରି କେଶ ନମ୍ବର ୪୫/୨୬ରେ ଭିନ୍ନ ଭିନ୍ନ ଦୁଇ ଟି ମାମଲା ରୁଜୁକରି କରାଯାଇଛି । ତେବେ ଏହି ମାମଲାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରା ଯାଇ ନାହିଁ। ଉକ୍ତ ଚଢାଉରେ ସହକାରୀ ଉପନିରୀକ୍ଷକ ରମଜାନ ଖାଁ , ସିପାହୀ ବବିନ୍ଦ ବେଂଜାମି ,ସରିତା ନାୟକ , ପି. ନାଗେଶ , ମୂରଲୀ ରଜକ ପ୍ରମୁଖ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.