ନେପାଳ ବୁଲିବାକୁ ଯାଇ ଅଟକିଛନ୍ତି ଚାନ୍ଦବାଲିର ଦୁଇ ଯୁବକ, ଚିନ୍ତାରେ ପରିବାର ।

0 182

ଚାନ୍ଦବାଲି, ୨୯/୦୮ : ନେପାଳ ବୁଲିବାକୁ ଯାଇ ଏବେ ସେଠାରେ ଅଟକି ରହିଛନ୍ତି ଚାନ୍ଦବାଲି ବ୍ଲକର ଦୁଇ ଯୁବକ। ଅଟକିଥିବା ଦୁଇ ଜଣ ହେଲେ ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ଅଞ୍ଚଳର ରମେଶ ଦାସ ଓ କୌଳାଶ ବିଶ୍ୱାଳ।

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ପ୍ରାୟ ୧୦ ଦିନ ପୂର୍ବରୁ ନେପାଳ ବୁଲିବାକୁ ଯାଇଥିଲେ। ତେବେ ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତି ଯୋଗୁଁ ସେମାନେ ସେଠାରେ ଅଟକି ରହିଥିବା ଜଣାପଡ଼ିଛି।
ଏହି ଘଟଣା ସମ୍ପର୍କରେ ତାଙ୍କ ଜଣେ ବନ୍ଧୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିବା ବେଳେ, ସେ ନେପାଳର ଭୟଙ୍କର ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ କହିଥିବା ଜଣାପଡ଼ିଛି। ସେ କହିଥିଲେ ଯେ, ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଥିଲା। ତେବେ ଭଗବାନଙ୍କ କୃପାରୁ ସେ ଏକ ଉଚ୍ଚ ସ୍ଥାନକୁ ଚାଲିଯାଇଥିବାରୁ ନିଜ ଆଖିରେ ଏହି ପ୍ରଳୟଙ୍କରୀ ପରିସ୍ଥିତି ଦେଖିଥିବା କହିଛନ୍ତି।

ତେବେ ଉଭୟ ଯୁବକ ସୁରକ୍ଷିତ ଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ସହ ପରିବାର ଲୋକଙ୍କର ନିୟମିତ ଯୋଗାଯୋଗ ରହିଛି। ତେବେ ନେପାଳର ପରିସ୍ଥିତି ସ୍ୱାଭାବିକ ହେବା ପରେ ଉଭୟ କେବେ ଚାନ୍ଦବାଲି ଫେରିବେ, ସେନେଇ ପରିବାର ଲୋକେ ଅପେକ୍ଷାରେ ରହିଛନ୍ତି।

Leave A Reply

Your email address will not be published.