କଂଗ୍ରେସ ଭବନଠାରେ ରାଜ୍ୟସ୍ୱାର୍ଥ ପରିପନ୍ଥୀ MMDR କଳାବିଲକୁ ନେଇ ସାମ୍ବାଦିକ ସମ୍ମିଳନୀ ।

0 254

ଭୁବନେଶ୍ୱର,୨୪/୦୮(ପିପିଟି):ଆଜି କଂଗ୍ରେସ ଭବନଠାରେ ରାଜ୍ୟସ୍ୱାର୍ଥ ପରିପନ୍ଥୀ MMDR କଳାବିଲକୁ ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, MMDR ବିଲ ଲାଗୁ କରିବା କେନ୍ଦ୍ର ବିଜେପି ସରକାରର ଏକ ସୁଚିନ୍ତିତ ଷଡଯନ୍ତ୍ର । ଏହାଦ୍ୱାରା ରାଜ୍ୟର ଘୋର ରାଜସ୍ବ କ୍ଷତି ଘଟିବ l ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ଜାଣି ସୁଦ୍ଧା ଓଡିଶାରୁ ଯାଇଥିବା ୨୦ ଜଣ ସାଂସଦ ବିଲକୁ ସମର୍ଥନ କରିବା ଓଡ଼ିଆଙ୍କ ପ୍ରତି ପ୍ରତାରଣା ବ୍ୟତୀତ ଅନ୍ୟ କିଛି ନୁହଁ । ଏହି ବିଲ ଦ୍ୱାରା ରାଜ୍ୟ ବକେୟା ଟିକସ ବାବଦକୁ ପ୍ରାୟ ୧ଲକ୍ଷ ୫୦ କୋଟି ରୁ ୨ ଲକ୍ଷ କୋଟି ଟଙ୍କା ସିଧାସଳଖ ହରାଇବ ।

ଏହି ଟଙ୍କାରେ ସ୍କୁଲ, କଲେଜ, ଡାକ୍ତରଖାନା, ବ୍ରିଜ ଆଦି ଅନେକ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇଥାନ୍ତା । କାମଧନ୍ଦା ଅଭାବରେ ବେକାରୀ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଯିବାକୁ ବାଧ୍ୟ ହେଉଛି, ସେମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇ ପାରିଥାନ୍ତା ।
ଯଦି ଲକ୍ଷେ କୋଟି ଟଙ୍କା ସାଢେ ଚାରିକୋଟି ଓଡ଼ିଆଙ୍କ ମଧ୍ୟରେ ବାଣ୍ଟନ୍ତା ତେବେ ପ୍ରତ୍ୟେକଙ୍କୁ ୨୨ ହଜାର ଟଙ୍କା ମିଳନ୍ତା  ଅର୍ଥ ପ୍ରତ୍ୟେକ ପରିବାରକୁ ପ୍ରାୟ ଲକ୍ଷେ ଟଙ୍କା ମିଳନ୍ତା ।
ସରକାର ସୁଭଦ୍ରା ନାମରେ ଭଣ୍ଡାମୀ କରି ମାତ୍ର ୫ ହଜାର ଟଙ୍କା ଦେଇ ନାରୀ ସଶକ୍ତିକରଣର ମହୁରୀ ଫୁଙ୍କୁଛି କିନ୍ତୁ ଅନ୍ୟ ପଟରେ ରାଜ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କା କେନ୍ଦ୍ର ହାତକୁ ଟେକି ଦେଉଛି ।
ବିଜେପି ଡବଲ ଇଞ୍ଜିନ ସରକାରର ଅସଲ ଚେହେରା ବର୍ତ୍ତମାନ ସାରା ରାଜ୍ୟ ଜାଣି ଗଲେଣି । ରାଜ୍ୟର ବିଜେପି ବେତ୍ରୁତାଧୀନ ସରକାର ଓଡିଶାବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛି ।
କଂଗ୍ରେସ ଏହାର ପ୍ରତିରୋଧ ନିଶ୍ଚୟ କରିବ । ଜନତାଙ୍କ ସ୍ୱାର୍ଥ ସକାଶେ ରାଜ୍ୟ ସରକାରଙ୍କୁ ସବୁ ସ୍ତରରେ ଓ ବିଭିନ୍ନ ଉପାୟରେ ବିରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାଶ ଉପସ୍ଥିତ ଥିଲେ ।

Leave A Reply

Your email address will not be published.