ପୋଲସରା ,୨୪/୦୮(ପିପିଟି):ପୋଲସରା ପୌର ପରିଷଦ ଅନ୍ତର୍ଗତ ସିଲ୍ ସାହି ବାସିନ୍ଦା ବରିଷ୍ଠ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ରଙ୍କ ରବିବାର ଦିନ ରାତି ପ୍ରାୟ ସାଢେ଼ ଏଗାରଟା ବେଳେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ୬୨ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ଚଳିତ ମାସ ୧୨ ତାରିଖ ଦିନ ହୃଦଘାତରେ ଆକ୍ରାନ୍ତ ହେବାରୁ ସ୍ବର୍ଗତ ମିଶ୍ରଙ୍କୁ ପରିବାର ଲୋକେ ଭୁବନେଶ୍ୱରର ଗୋଟିଏ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କୁ କୋମା ହୋଇଯାଇଥିଲା । ରବିବାର ରାତିରେ ତାଙ୍କର ପରଲୋକ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତିନି ପୁଅ ଶ୍ରୀକାନ୍ତ କୁମାର ମିଶ୍ର , ଅକ୍ଷାନ୍ତ କୁମାର ମିଶ୍ର ଓ ସୁମନ୍ତ କୁମାର ମିଶ୍ର ଉପସ୍ଥିତ ଥିଲେ । ଆଜି ସକାଳେ ତାଙ୍କର ଶେଷ କୃତ୍ୟ ସ୍ଥାନୀୟ ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଛି । ତାଙ୍କ ବଡ଼ପୁଅ ଶ୍ରୀକାନ୍ତ କୁମାର ମିଶ୍ର ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ମିଶ୍ରଙ୍କ ବିଯୋଗ ଖବର ପାଇବା ପରେ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ , ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ , ବରିଷ୍ଠ ସାମ୍ବାଦିକ କେ ସନ୍ତୋଷ କୁମାର ପାତ୍ର , ପୋଲସରା ପ୍ରେସ କ୍ଳବର ସଭାପତି କେ ସୁମିତା ପାତ୍ର , ହରିହର ପାତ୍ର , ସୁଶାନ୍ତ ମହାରଣା , ସନ୍ତୋଷ କୁମାର ପଣ୍ଡା , ଟି.ଆଶୀଷ କୁମାର ସୁବୁଦ୍ଧି,ସିମାଞ୍ଚଳ ସାହୁ , ଶିବ ପ୍ରସାଦ ସାହୁ , ପ୍ରଗତି ବନ୍ଧୁ ଦାସ , ସୁଧାଂଶୁ ଶେଖର ସାହୁ , ନାରାୟଣ ସାହୁ , ରୋହିତ ପ୍ରଧାନ ଏବଂ ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷା ତଦସା ତମନ୍ନା ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିବା ସହିତ ପରିବାରର ସଦସ୍ୟ ମାନଙ୍କୁ ସମବେଦନା ଜଣାଇଛନ୍ତି ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା