ମାଲକାନଗିରିରେ ଲଗାଣ ବର୍ଷା ଜାରି , ଜନଜୀବନ ପ୍ରଭାବିତ ।

0 78

ମାଲକାନଗିରି,୨୪/୦୮(ପିପିଟି): ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୫.୮ ମିମି ବର୍ଷା ହୋଇଛି। ମାଲକାନଗିରି ବ୍ଲକରେ ୭୦.୮ ମିମି, ମାଥିଲି ବ୍ଲକ୍ ରେ ୭୬ ତିମି ବର୍ଷା, ଖଇରପୁଟ ବ୍ଲକରେ ୫୭ ମିମି ବର୍ଷା, ଚିତ୍ରକୋଣ୍ଡା ବ୍ଲକରେ ୩୦ ତିମି ବର୍ଷା,କୋରୁକୋଣ୍ଡା ବ୍ଳକରେ ୨୮ ତିମି ବର୍ଷା, କାଲିମେଳା ବ୍ଲକ ରେ ୨୫ ମିମି ବର୍ଷା,ପଡିଆ ବ୍ଳକରେ ୨୯ ମିମି ବର୍ଷା ହୋଇଯାଇଛି।ମାଲକାନଗିରି ସହରର ଦିପ୍ତି କନଭେଟ ସ୍କୁଲ ଆଗରେ ଥିବା ରାସ୍ତାରେ ପାଣି ଜମିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାରେ ନାହିଁ ନଥିବା ହଇରାଣ ହେଉଛନ୍ତି । ସେହିଭଳି ମାଲକାନଗିରି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଯାଇଥିବା ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ନାଳ ନର୍ଦ୍ଦମା ପାଣି ବୋହୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।ବର୍ଷା ବଢ଼ିଲେ ମାଲକାନଗିରିର ଦୁର୍ଗମ ଓ ନିମ୍ନାଞ୍ଚଳରେ ପାଣି ଜମିବା ସହ ଯୋଗାଯୋଗ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିଯୋଗୁଁ ଚାଷୀ, ଦିନ ମଜୁରିଆ, ଛୋଟ ବ୍ୟବସାୟୀ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ପରିବାର ପ୍ରଭାବିତ ହେଉଥିବା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେଲେ ରାସ୍ତା ଓ ତଳିଆ ଅଞ୍ଚଳରେ ଥିବା ପୋଲ ଉପରେ ପାଣି ଚାଲିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ଏକ ପୁରୁଣା ସମସ୍ୟା। ଜିଲ୍ଲା ପ୍ରଶାସନର ବିପର୍ଯ୍ୟୟ ପରିଚାଳନା ଦସ୍ତାବିଜରେ ମଧ୍ୟ ପ୍ରବଳ ବର୍ଷା ସମୟରେ କିଆଙ୍ଗ, ସପ୍ତଧାରା, ପୋଟେରୁ, କାଙ୍ଗୁରକୋଣ୍ଡା, ଏମ୍‌ଭି-୩୭, କୋରୁକୋଣ୍ଡା, ଏମ୍‌ଭି-୯୬, ସାବେରୀ ଆଦି ସ୍ଥାନରେ ପୋଲ ଓ ରାସ୍ତା ବୁଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥାଏ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.