ପାଟବନ୍ଧ ଏକପରିତ୍ୟକ୍ତ କୂଅରେ ପଡିଥିଲା ବରାହ, ବନ ବିଭାଗ କଲା ଉଦ୍ଧାର।

0 0

ବୋଲଗଡ଼,୨୩/୦୮(ପିପିଟି): ବୋଲଗଡ଼ ବ୍ଲକ ପାଟବନ୍ଧ ଗ୍ରାମର ପଶ୍ଚିମେଶ୍ୱର ପୀଠ ଠାରୁ ୩୦୦ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ କୂଅରେ ରବିବାର ସକାଳେ ଗୋଟିଏ ବରାହ ପଡି ଫସି ରହିଥିଲା। ପିପିଟି ନ୍ୟୁଜ୍ ସାମ୍ବାଦିକ ନିଜ କ୍ଷେତକୁ ଜାଉଥିବା ସମୟରେ କୂଅ ଭିତରେ ବରାହର ଚିତ୍କାର ଶୁଣି ତୁରନ୍ତ ପାଟବନ୍ଧ ବିଟ୍ ଫରେଷ୍ଟ ଗାର୍ଡ ମାନସୀ ସାହୁଙ୍କୁ ଖବର ଦେଇଥିଲେ। ସେ ତୁରନ୍ତ ବୋଲଗଡ଼ ବନାଞ୍ଚଳ ଅଧିକାରିଣୀ ମଧୁଛନ୍ଦା ସେଠୀ ଙ୍କୁ ଜଣାଇଥିଲେ। ଖବର ପାଇ ବୋଲଗଡ଼ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କୂଅ ଉପରେ ଦୁଇଟି ବାଉଁଶ ପକାଇ ରସି ସାହାଯ୍ୟରେ ବହୁ ସାବଧାନତାର ସହ ବରାହକୁ ଉପରକୁ ଟାଣି ଅଣାଯାଇଥିଲା। ପ୍ରାୟ ଘଣ୍ଟାଏ ପ୍ରୟାସ ପରେ ବରାହଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା। ପରେ ତାକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି।

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.