କୋଦଳା,୨୨/୦୮(ପିପିଟି):ଶନିବାର କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସଶକ୍ତିକରଣ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଥିବା ଆତ୍ମସୁରକ୍ଷା କାର୍ଯ୍ଯକ୍ରମ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରଘୁନାଥ ମୁଦୁଲି ସଭାପତିତ୍ୱ କରିଥଲେ। ମୁଖ୍ୟ ଅତିଥି ରୂପେ କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ ବିଶ୍ୱରଂଜନ ବେହେରା ଯୋଗଦେଇ ଛାତ୍ରୀମାନଙ୍କୁ ନାରୀସଶକ୍ତିକରଣ ସମ୍ପର୍କେ ବକ୍ତବ୍ୟ ରଖିଥିଲେ। ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତି ସାଗରିକା ଦାଶ ଉକ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ମଞ୍ଚାସୀନ ଶୈକ୍ଷିକ ଅଧିକାରୀ ଵିନୋଦ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ରଞ୍ଜୁବାଳା ନନ୍ଦ, ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ୍ କୁମାର ଦାଶ ନିଜ ନିଜ ମନ୍ତବ୍ୟ ରଖିଥିଲେ। ପ୍ରଶିକ୍ଷିକା ଭାରତୀ ଗୌଡ଼ ଛାତ୍ରୀମାନଙ୍କ ଗହଣ ରେ ନିଜର କୌଶଳ ସୂତ୍ର ପ୍ରଦର୍ଶନ କରାଇଥିଲେ। ଦିବ୍ୟଜ୍ୟୋତି ବଡୁ ଓ ଅର୍ଚ୍ଚନା ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଛାତ୍ରୀ ସଶକ୍ତିକରଣ ଉଦ୍ଦେଶ୍ୟରେ ପ୍ରେରଣାପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଲିପୁନ୍ ମାଝି ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରା ଯାଇଥିଲା।