ରାମ ମନ୍ଦିର ଚାନ୍ଦା ଚୋରୀ ମାମଲାରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।

0 39

ଭୁବନେଶ୍ୱର,୧୯/୦୮(ପିପିଟି): ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରୀ ଅଭିଯୁକ୍ତ ରାମ ମନ୍ଦିର ଟ୍ରଷ୍ଟର ତତ୍କାଳୀନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ସହଯୋଗୀ ଅନୀଲ ମିଶ୍ରଙ୍କୁ ଏସଆଇଟି ପକ୍ଷରୁ କ୍ଲିନ ଚିଟ ପ୍ରଦାନ କରିବାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l
ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ମୁଖପାତ୍ର ସୋନାଲି ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତର ୮୪ କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସକୁ ଗଭୀର ଆଘାତ ଲାଗିଛି l ରାମ ମନ୍ଦିର ଚୋରୀ ଖବର ଜୁନ ମାସରେ ଆସିଲା ଓ ୨୫ ରେ ପୋଲିସ ତା ତରଫରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ଓ ଏହି ମାମଲାରେ ୮ ଜଣଙ୍କୁ ଗିରଫକରି ତଦନ୍ତ ସମୟରେ ଚମ୍ପତ ରାୟ ଓ ଅନୀଲ ମିଶ୍ରଙ୍କୁ ମଧ୍ୟ ପ୍ରମୁଖ ଅଭିଯୁକ୍ତ ଭାବେ ପୁଲିସ ପଚରା ଉଚୁରା କରିଥିଲା ।

ଯେତେବେଳେ ଚାରିଆଡୁ ଚାପ ବଢିଲା ସେତେବେଳେ ଚମ୍ପତ ରାୟ ଜୁନ ୨୮ ରେ ଟ୍ରଷ୍ଟର ମହା ସଚିବ ପଦରୁ ଇସ୍ତଫା ଦେଇଥିଲା ଜୁଲାଇରେ ଅର୍ଥାତ ଦିନପରେ ଟ୍ରଷ୍ଟ ଇସ୍ତଫା ଗ୍ରହଣ କଲା । ଯେତେବେଳେ ଏ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କଲା ସେତେବେଳେ ସରକାର ଚାପର ବଶବର୍ତ୍ତୀ ହୋଇ ଏସଆଇଟି ଗଠନ କଲେ । ଏସଆଇଟିର ମୁଖ୍ୟ ବି.ବି. ପନ୍ଥଙ୍କୁ ନିଯୁକ୍ତ କରାଗଲା ଯିଏ ମିରଟର ଆରଡିସି ଥିଲାବେଳେ ଏକ ସ୍କାନରେ ସମ୍ପୃକ୍ତ ଯୋଗୁଁ ତାଙ୍କ ନାମରେ ଏଫଆଇଆର ଏବଂ ଏଥିରେ ୧୪ ନମ୍ବର ଅଭିଯୁକ୍ତ ରୂପେ ଦର୍ଶାଯାଇଥିଲା ତାଙ୍କୁ ଏହି ଏସଆଇଟିର ପ୍ରମୁଖ କରାଗଲା କେମିତି? ୮୪ କୋଟି ଲୋକ ଯଦି ପ୍ରତ୍ୟେକ ୫୦୦ ଟଙ୍କା ଦିଅନ୍ତି ତେବେ ୪୨ ହଜାର କୋଟି ହେବ ।ଚମ୍ପତ ରାୟ ରାମ ମନ୍ଦିର କ୍ଷେତ୍ରଠାରୁ ୮ କିମି ଦୂରରେ ଟ୍ରଷ୍ଟର ୪୭ କୋଟି ଟଙ୍କାରେ ଜମି କିଣିଲେ । ଗାଈଙ୍କ ଚାରା ରୋପଣ ପାଇଁ କୋଉ ଗାଇକୁ ଚାରା ଦେଇଛନ୍ତି ।

୧୯୮୩ ମସିହା ପୂର୍ବରୁ ମହନ୍ତଲାଲ ଦାସ ରାମ ମନ୍ଦିରର ମୁଖ୍ୟ ପୂଜକ ଥିଲେ l ସେ ଚାହୁଁ ନ ଥିଲେ, ରାମ ମନ୍ଦିର ରାଜନୈତିକ ଦଳ କବଳକୁ ଯାଉ, ସେଥିପାଇଁ ଭିଏଚପି, ଆରଏସଏସ ଓ ବିଜେପିକୁ ଏଥିରୁ ଦୁରେଇ ରଖିବାକୁ ଚାହୁଁଥିଲେ ।

ଏହି ସମ୍ମିଳନୀରେ ଓପିସିସି ରିସର୍ଚ୍ଚ ବିଭାଗ ଅଧ୍ୟକ୍ଷ ନଳିନୀ ରଞ୍ଜନ ମହାନ୍ତି କହିଥିଲେ ଯେ,ଯେହେତୁ ଏହି ରାମ ମନ୍ଦିର ତିଆରି ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ତତ୍ୱାବଧାନରେ ହେଉଥିଲା ଏବଂ ଏଥିପାଇଁ ସେ ଦାୟୀ ତେଣୁ ମନ୍ଦିର ନାମରେ ଯେଉଁ ଚାନ୍ଦା ଚୋରୀ ହେଲା ଏଥିପାଇଁ ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଥିଲେ l
ଓପିସିସିର ଅନ୍ୟତମ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ ଏସଆଇଟିକୁ ତୁରନ୍ତ ବାତିଲ କରି ଅଭିଯୁକ୍ତ ଚମ୍ପତ ରାୟ ଏବଂ ଅନୀଲ ମିଶ୍ରଙ୍କୁ ଗିରଫ କରନ୍ତୁ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

କଂଗ୍ରେସର ଦାବୀ କରୁଛି ସୁପ୍ରିମ କୋର୍ଟ ଜଣେ ସିଟିଙ୍ଗ ଜଜଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁସନ୍ଧାନ କରନ୍ତୁ l ମିଳିତ ସଂସଦୀୟ କମିଟି ଗଠନ କରାଯାଇ ଅନୁସନ୍ଧାନ ଦାୟିତ୍ୱ ଦିଆଯାଉ ଏବଂ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ।

Leave A Reply

Your email address will not be published.