ପୋଲସରା ବିଚାର ବିଭାଗୀୟ ଅଦାଲତରେ ୮୦ତମ ସ୍ୱାଧୀନତା ଦିବସ ପାଳିତ।

0 8

ପୋଲସରା ,୧୭/୦୮(ପିପିଟି): ପୋଲସରା ବିଚାର ବିଭାଗୀୟ ଅଦାଲତ ପରିସରରେ ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ, ଉଦ୍ଦୀପନା ଓ ଦେଶପ୍ରେମର ଭାବନା ସହ ପାଳିତ ହୋଇଛି। ଏହି ଅବସରରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ  ଏ. ଅବିନାଶ ନାଇଡୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପୋଲସରା ଓକିଲ ସଂଘର ସଭାପତି  କବିରାଜ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ନାଇଡୁ ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଦେଶର ସ୍ୱାଧୀନତା ପାଇଁ ଅସୀମ ତ୍ୟାଗ, ସଂଘର୍ଷ ଓ ବଳିଦାନ କରିଥିବା ସ୍ୱାଧୀନତା ସଂଗ୍ରାମୀ ତଥା ମହାପୁରୁଷମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା ସହ ସେମାନଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଜୀବନରେ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥିଲେ। ଏଥିସହ ସେ ଉପସ୍ଥିତ ସମସ୍ତଙ୍କୁ ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।
ଏଥିରେ ପୋଲସରା ଓକିଲ ସଂଘର ସମ୍ପାଦକ ବ୍ରଜେନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାସମଲ, ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀ ଶରତ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ କାହ୍ନୁ ଚରଣ ସାହୁ, ଶ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ, ଶ୍ରୀ ବ୍ରଜବନ୍ଧୁ ଦଳବେହେରା, ଶ୍ରୀ ରଜନୀକାନ୍ତ ପ୍ରଧାନ, ଶ୍ରୀ ପ୍ରହଲ୍ଲାଦ ବିଷୋୟୀ, ଶ୍ରୀ ରଜନୀକାନ୍ତ ମିଶ୍ର, କେ. ରବୀନ୍ଦ୍ର କୁମାର ପାତ୍ର, ଏ. ପ୍ରଶାନ୍ତ କୁମାର ଆଚାରୀ, ଶ୍ରୀ ସନ୍ୟାସୀ ସାହୁ, ଶ୍ରୀମତୀ ଶର୍ମିଷ୍ଠା ପାତ୍ର, ଶ୍ରୀ ହରପ୍ରସାଦ ଦାସ, ଶ୍ରୀ ସୀତାକାନ୍ତ ମିଶ୍ର, ଶ୍ରୀ କପିଳ ପୋଲେଇ, ଶ୍ରୀ ଅନିଲ କୁମାର ମାହାଙ୍କୁଡ, ଶ୍ରୀ ଦେବାଶିଷ ପାତ୍ର ପ୍ରମୁଖ ଅଧିବକ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଉପସ୍ଥିତ ଅଧିବକ୍ତାମାନେ ନିଜ ନିଜ ଅଭିଭାଷଣରେ ଭାରତର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ, ମହାପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶ, ଦେଶପ୍ରେମ, ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷମାନଙ୍କ ଅକ୍ଳାନ୍ତ ସଂଘର୍ଷ, ତ୍ୟାଗ ଓ ବଳିଦାନର ଫଳସ୍ୱରୂପ ଆମ ଦେଶ ସ୍ୱାଧୀନତା ଲାଭ କରିଥିଲା। ତେଣୁ ସେମାନଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରି ଦେଶର ଏକତା, ଅଖଣ୍ଡତା, ଗଣତନ୍ତ୍ର, ସାମ୍ବିଧାନିକ ମୂଲ୍ୟବୋଧ ଓ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ସେମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ପୋଲସରା ବିଚାର ବିଭାଗୀୟ ଅଦାଲତର ସମସ୍ତ କୋର୍ଟ ଷ୍ଟାଫ୍ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଦେଶର ସ୍ୱାଧୀନତା, ଏକତା, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ସହ ନ୍ୟାୟ ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବାକୁ ସଂକଳ୍ପବଦ୍ଧ ହୋଇଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.