ପୋଲସରା ,୧୬/୦୮(ପିପିଟି): ପୋଲସରା ବ୍ଳକ୍ କଳମ୍ବ ଗ୍ରାମରେ ‘ମେଗା ପ୍ଲାଣ୍ଟେସନ୍ ଡ୍ରାଇଭ୍’ ନାମରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ସମାଜସେବୀ ରତନ କୁମାର ପ୍ରଧାନଙ୍କ ବ୍ୟକ୍ତିଗତ ପୃଷ୍ଠପୋଷକତା ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ମହାନ୍ କାର୍ଯ୍ୟକ୍ରମରେ ଗ୍ରାମର ଶହଶହ ଛାତ୍ରଛାତ୍ରୀ ଓ ଯୁବବନ୍ଧୁ ଅଂଶଗ୍ରହଣ କରି କଳମ୍ବରୁ ଜକର ଯିବା ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ଜାତିର ଚାରିଶହରୁ ଅଧିକ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ନେହେରୁ ଯୁବ ସଂସଦ ଠାରୁ ଏକ ବିଶାଳ ରାଲି ବାହାରିଥିଲା । ‘ସବୁଜ କଳମ୍ବ ସୁନ୍ଦର କଳମ୍ବ’ ବାର୍ତ୍ତା ଓ ସୁରକ୍ଷିତ ପୃଥିବୀର ଚିତ୍ର ମୁଦ୍ରିତ ଧଳାରଙ୍ଗର ଗଣବେଶ ଧରି ପିଲା ଠାରୁ ବୁଢ଼ା ପ୍ରାୟ ଏକ ହଜାର ଲୋକ ହାତରେ ଚାରା ଧରି, ନାରା ଦେଇ, ନଗର ପରିକ୍ରମା କରିଥିଲେ । ସମସ୍ତେ ଧାଡ଼ିରେ ଯାଇ ଦଧିବାମନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପୂର୍ବରୁ ଖୋଳାଯାଇଥିବା ଗାତରେ ଚାରାଗୁଡ଼ିକୁ ରୋପଣ କରିଥିଲେ । ଯେ କୌଣସି କାର୍ଯ୍ଯକୁ ନିଆରା ଓ ଆକର୍ଷଣୀୟ ଢଙ୍ଗରେ ପାଳନ କରିବାରେ ପ୍ରସିଦ୍ଧ ଏହି କଳମ୍ବଗ୍ରାମ ଶିକ୍ଷା, ସାହିତ୍ୟ, କଳା ଓ ସଂସ୍କୃତିରେ ଅଗ୍ରଣୀ ଥିଲାବେଳେ ଏଭଳି ଏକ ଭବ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ ପାଇଛି । ଏଥିରେ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ, ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦୁଷ୍ମନ୍ତ ସ୍ମାରକୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଟଣା ପ୍ରାଥମିକ ବିଦ୍ୟାଳୟ, ଦିବ୍ଯଦର୍ଶନ ଶିଶୁ ମନ୍ଦିର, ବୀଣାପାଣି ହାଇଟେକ୍ ଷ୍ଟଡ଼ି ସେଣ୍ଟର୍, ନିଉ ବ୍ରାଇଟ୍ କୋଚିଂ ସେଣ୍ଟର୍ ପ୍ରଭୃତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ନେହେରୁ ଯୁବ ସଂସଦର ସଭ୍ୟସଭ୍ୟା ଯୋଗଦେଇଥିଲେ । ଅନ୍ଯ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ପ୍ରଧାନ, ଅଧ୍ୟାପକ ମନୋଜ କୁମାର ସାହୁ, ସାହିତ୍ୟିକ କୁଳମଣି ସାହୁ, ପୂର୍ବତନ ସରପଞ୍ଚ କାଳୁଚରଣ ପ୍ରଧାନ, ସରପଞ୍ଚ ପ୍ରତିନିଧି ସୁସିତ କୁମାର ସାହୁ, ଗ୍ରାମ୍ଯ ଉନ୍ନୟନ କମିଟି ସଭାପତି ରାମକୃଷ୍ଣ ସାହୁଙ୍କ ସମେତ ସମାଜସେବୀ ସୁରେନ୍ଦ୍ର ନାଥ ପ୍ରଧାନ, ନିକୁଞ୍ଜ କୁମାର ସାହୁ, ରାମକୃଷ୍ଣ ପ୍ରଧାନ, ସୀମାଞ୍ଚଳ ପ୍ରଧାନ, ବୁଲୁ ସାହୁ, ଅକ୍ଷୟ କୁମାର ପ୍ରଧାନ, ରାମକୃଷ୍ଣ ସାହୁ, ନନ୍ଦିକ ପ୍ରଧାନ, ଦେବେନ୍ଦ୍ର କୁମାର ସାହୁ, ଦିଲ୍ଲୀପ କୁମାର ପ୍ରଧାନ, ବୁଦ୍ଧିରାମ ସାହୁ, ଅମିୟ କୁମାର ସାହୁ, ସନ୍ତୋଷ କୁମାର ସାହୁ, ନିଶିକାନ୍ତ ପ୍ରଧାନ, ସୁଚିତ୍ର କୁମାର ପ୍ରଧାନ, ଦୀପ୍ତିରଞ୍ଜନ ସାହୁ, ଧୀରଜ କୁମାର ପ୍ରଧାନ, ଦୁଃଖିଶ୍ଯାମ ସାହୁ, କୃଷ୍ଣଚନ୍ଦ୍ର ପ୍ରଧାନ, ଜିତାରାମ ପ୍ରଧାନ, ରବୀନ୍ଦ୍ର କୁମାର ପ୍ରଧାନ, ନିରଞ୍ଜନ ପ୍ରଧାନ, ବସନ୍ତ କୁମାର ସାହୁ, ଗଣପତି ପ୍ରଧାନ, ଉମାଚରଣ ସାହୁ, ସନ୍ତୋଷ କୁମାର ସାହୁ, ଶ୍ୟାମସୁନ୍ଦର ସାହୁ, ବସନ୍ତ କୁମାର ସାହୁ, ଶୁଭକାନ୍ତ ସାହୁ, ଭଗବାନ ପ୍ରଧାନ, ସଞ୍ଜୟ କୁମାର ସାହୁ, ରାମଚନ୍ଦ୍ର ପ୍ରଧାନ, ପ୍ରଦ୍ୟୁମ୍ନ ସାହୁ, ଯୋଗୀନ୍ଦ୍ର ନାଥ ପ୍ରଧାନ, ମଳୟ ରଞ୍ଜନ ପ୍ରଧାନ, ରଞ୍ଜନ କୁମାର ପ୍ରଧାନ ଓ ରତନ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଆଗକୁ ଆହୁରି ଦୁଇହଜାର ଚାରା ରୋପଣ କରି ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରାଯିବ ଏବଂ କୌଣସି ଗୋଟିଏ ଗଛ ଯେମିତି ନଷ୍ଟ ନ ହୁଏ, ସେଥିପାଇଁ ଶ୍ରମ ଓ ସମୟ ସହିତ ଆର୍ଥିକ ସହାୟତା ଯୋଗାଇଦେବାକୁ ଯୁବୋଦ୍ଯୋଗୀ ରତନ କୁମାର ପ୍ରଧାନ ନିଜର ଆଗ୍ରହ ଓ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ । ପରିଶେଷରେ ଗ୍ରାମଉପକଣ୍ଠ ଶ୍ରୀରାମ ମନ୍ଦିର ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ଜଳଯୋଗର ବ୍ୟବସ୍ଥା କରାଯାଇଥିଲା । ଏଭଳି ଏକ ମହତ୍ କାର୍ଯ୍ୟ ନିମନ୍ତେ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିବା ସହିତ ଆଶାତୀତ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା