ବ୍ରହ୍ମପୁର ଉପଖଣ୍ଡରେ ସ୍ଵାଧୀନତା ଦିବସ ପାଳନ ।

0 2

ବ୍ରହ୍ମପୁର,୧୫/୦୮(ପିପିଟି): ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୮୦ତମ ପବିତ୍ର ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ ହୋଇଛି । ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଷ୍ଟାଡ଼ିୟମ ଠାରେ ଆୟୋଜିତ ଏହି ମହାନ୍ ଜାତୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଅବିନାଶ କୁମାର, ମହାନଗର ନିଗମ କମିଶନର ସସ୍ୟା ରେଡ୍ଡି ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ.ସର୍ବଣା ବିବେକ ଏମ୍., ଡେପୁଟି କଲେକ୍ଟର ସୁବ୍ରତ ରାମ ବିରାମ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଇଥିଲେ । ଷ୍ଟାଡିୟମ୍ ଚତୁଃପାର୍ଶ୍ଵରେ ଭରପୁର ଜନସମାଗମ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ସକାଳ ୯ ଘଟିକା ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ସମବେତ ଜନତା, ପ୍ରଶାସନିକ ଏବଂ ପୁଲିସ୍ ଅଧିକାରୀ ଦେଶର ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ସାଲ୍ୟୁଟ୍ କରିଥିଲେ । “ବନ୍ଦେ ମାତରମ୍” ଏବଂ “ଜନଗଣ ମନ ଅଧିନାୟକ” ସମୂହ ସଂଗୀତ ଗାନରେ ଗଗନ ପବନ ମୁଖରିତ ହୋଇଉଠିଥିଲା । ଦେଶ ପ୍ରେମ ତଥା ଦେଶ ଭକ୍ତିର ଏକ ନିଆରା ପରିବେଶରେ ପ୍ରତିଟି ଜନମନ, ପ୍ରତିଟି ହୃଦୟ ତନ୍ତ୍ରୀ ଆନ୍ଦୋଳିତ ହୋଇଉଠିଥିଲା । ମୁଖ୍ୟ ଅତିଥିଙ୍କ ପ୍ୟାରେଡ୍ ଦଳ ପରିଦର୍ଶନ ଏବଂ ଅଭିଭାଷଣ ପରେ ଉପଖଣ୍ଡ ସ୍ତରୀୟ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା । ପ୍ୟାରେଡ୍ ପରେ ସ୍କୁଲ୍ ର କୁନି କୁନି ପିଲାମାନେ ଦେଶାତ୍ମବୋଧକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶାରୀରିକ କ୍ରୀଡ଼ା କୌଶଳ ପ୍ରଦର୍ଶନର ଆୟୋଜନ ମଧ୍ୟ ହୋଇଥିଲା । ଝିପିଝିପି ବର୍ଷା ଏବଂ କୋହଲା ପାଗରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ଏହି ମହାନ୍ ଜାତୀୟ ଗଣପର୍ବ ସମାପ୍ତି ଘୋଷଣା ସହ ମୁଖ୍ୟ ଅତିଥି ବିଦାୟ ନେଇଥିଲେ । ଏହା ପୂର୍ବରୁ ସାରା ସହରରେ ପ୍ରତ୍ୟୁଷରୁ ‘ରାମଧୂନ୍’ ପରିବେଷଣ କରାଯାଇଥିଲା । ଚତୁର୍ଦିଗରେ ଦେଶପ୍ରେମର ଅପୂର୍ବ ଶିହରଣ ଖେଳିଯାଇଥିଲା । ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ବର୍ଷା ଯୋଗୁଁ ପୁରସ୍କୃତ କରାଯାଇପାରିନଥିଲେ ମଧ୍ୟ ପରବର୍ତ୍ତୀ ନିଷ୍ପତ୍ତି ଅନୁଯାୟୀ ଏହି ପୁରସ୍କାର ବିତରଣ ଉତ୍ସବ ଆଗମୀ ୨୦ ତାରିଖ ସକାଳ ୧୦ ଘଟିକା ସମୟରେ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚ଼ିତ କରାଯାଇଥିଲା । ପ୍ରବନ୍ଧ ପ୍ରତିଯୋଗିତାରେ ଷଷ୍ଠ ରୁ ଅଷ୍ଟମ ସ୍ତରରେ ସାଇସୌମ୍ୟା ମହାରଣା, ଅଷ୍ଟମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ବ୍ରହ୍ମପୁର, ପ୍ରଥମ ସ୍ଥାନ, ସୁଶ୍ରୀ ସିମ୍ରନ ଜେନା,ଅଷ୍ଟମ,ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର,ବ୍ରହ୍ମପୁର, ଦ୍ୱିତୀୟ ସ୍ଥାନ ଏବଂ ଏକପର୍ଣ୍ଣିକା ପଟ୍ଟନାୟକ,ଅଷ୍ଟମ,ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ବ୍ରହ୍ମପୁର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ନବମ ରୁ ଏକାଦଶ ସ୍ତରରେ ଅର୍ଚ୍ଚିତା ଆଚାର୍ଯ୍ୟ, ଏକାଦଶ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ବ୍ରହ୍ମପୁର,ପ୍ରଥମ ସ୍ଥାନ, ପ୍ରତିଜ୍ଞା ପୁରୋହିତ,ଦଶମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରାମହରି ନଗର, ବ୍ରହ୍ମପୁର, ଦ୍ୱିତୀୟ ସ୍ଥାନ ଏବଂ ଶିବରାମ ଆପଟ୍ଟ,ଦଶମ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଇଁ ନୂଆଗାଁ, ବ୍ରହ୍ମପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଖୁସି ମହାପାତ୍ର, ବି.ଟେକ୍, ପାରଳା ମହାରାଜା ଇଂଜିନିୟରିଂ କଲେଜ, ବ୍ରହ୍ମପୁର ପ୍ରଥମ ସ୍ଥାନ ଏବଂ କେ. ବିଶ୍ୱେଶ୍ୱରୀ, ଯୁକ୍ତ ତିନି ବିଜ୍ଞାନ,ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ବ୍ରହ୍ମପୁର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ବକ୍ତୃତା ପ୍ରତିଯୋଗିତାର ଷଷ୍ଠ ରୁ ଅଷ୍ଟମ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞାମୟୀ ପାଢୀ, ସପ୍ତମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ବ୍ରହ୍ମପୁର, ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରତୀକ କୁମାର ସ୍ୱାଇଁ, ଅଷ୍ଟମ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରାମହରି ନଗର, ବ୍ରହ୍ମପୁର ଏବଂ ଶ୍ରୁତିପ୍ରିୟା ପୁରୋହିତ, ଷଷ୍ଠ, ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବାସୁଦେବ ନଗର, ବ୍ରହ୍ମପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ନବମ ରୁ ଏକାଦଶ ସ୍ତରରେ ଅଙ୍କିତା ସାହୁ, ଏକାଦଶ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁର, ପ୍ରଥମ ସ୍ଥାନ, ପି. ଅବିନାଶ ଦାସ, ନବମ, ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ , କୋର୍ଟପେଟା, ବ୍ରହ୍ମପୁର, ଦ୍ୱିତୀୟ ଏବଂ ଚିନ୍ମଇ ପଶୁପାଳକ,ଦଶମ, ଗୁରୁକୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ,ବ୍ରହ୍ମପୁର, ତୃତୀୟ ସ୍ଥାନ ହାସଲ କରିଛନ୍ତି । ମହାବିଦ୍ୟାଳୟ ସ୍ତରରେ ଅଭିଷେକ ସାମନ୍ତରାୟ, ଯୁକ୍ତ ତିନି, ବାଣିଜ୍ୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ଏବଂ ଅମ୍ବିକା ପ୍ରସାଦ ମହାପାତ୍ର, ସ୍ନାତକୋତ୍ତର, ରାଜନୀତି ବିଜ୍ଞାନ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ,ବ୍ରହ୍ମପୁର, ଯୁଗ୍ମ ଭାବେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଗାୟତ୍ରୀ ସାହୁ, ଡିପ୍ଲୋମା (କମ୍ପୁଟର ବିଜ୍ଞାନ) ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ, ବ୍ରହ୍ମପୁର, ଦ୍ୱିତୀୟ ସ୍ଥାନ ଏବଂ ଦିପ୍ତିମୟୀ ମହାନ୍ତ, ଡିପ୍ଲୋମା (କମ୍ପୁଟର ବିଜ୍ଞାନ), ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ,ବ୍ରହ୍ମପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାର ଚତୁର୍ଥ – ପଞ୍ଚମ ସ୍ତରରେ ପ୍ରିୟାଂଶୁ ଚୌଧୁରୀ, ପଞ୍ଚମ, ଡି.ଏ.ଭି ପବ୍ଲିକ୍ ସ୍କୁଲ, ବ୍ରହ୍ମପୁର, ପ୍ରଥମ ସ୍ଥାନ, ଜି. ସେଜଲ୍ ପାତ୍ର, ପଞ୍ଚମ, ସେଣ୍ଟ୍ ଯୋଶେଫ୍ କନଭେଣ୍ଟ୍ ସ୍କୁଲ, ବ୍ରହ୍ମପୁର, ଦ୍ୱିତୀୟ ସ୍ଥାନ ଏବଂ ଶୀବାଂଶୀ ପାଢ଼ୀ, ପଞ୍ଚମ, ମାତୃଶ୍ରୀ ଆଙ୍ଗ୍ଲୋବେଦିକ୍ ସ୍କୁଲ, ବ୍ରହ୍ମପୁର ଏବଂ ପ୍ରତିଭା ମଲ୍ଲିକ, ପଞ୍ଚମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଷଷ୍ଠ – ଅଷ୍ଟମ ସ୍ତରରେ ପ୍ରିୟାଂଶୁ ପଣ୍ଡା, ଅଷ୍ଟମ, ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର, ପ୍ରଥମ ସ୍ଥାନରେ, ସ୍ତୁତି ସୁବୁଦ୍ଧି, ସପ୍ତମ, ଡି.ଏ.ଭି ପବ୍ଲିକ୍ ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ ସ୍ଥାନରେ ଏବଂ କ୍ରୀତ୍ତିକା ନାହାକ,ଅଷ୍ଟମ,ସେଣ୍ଟ୍ ଜାଭିୟର ହାଇସ୍କୁଲ, ବ୍ରହ୍ମପୁର ଏବଂ ଓମ ନାରାୟଣ ପାଢ଼ୀ, ସପ୍ତମ, କେ.ସି. ପବ୍ଲିକ ସ୍କୁଲ, ବ୍ରହ୍ମପୁର, ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି l ନବମ – ଏକାଦଶ ସ୍ତରରେ ସ୍ନେହାଶିଷ ରାଉତ, ଦଶମ, ସେଣ୍ଟ୍ ଯୋଶେଫ୍ କନଭେଣ୍ଟ୍ ସ୍କୁଲ, ବ୍ରହ୍ମପୁର, ପ୍ରଥମ ହୋଇଥିବା ବେଳେ ବ୍ରିନ୍ଦାରାଣୀ ପଣ୍ଡା, ଦଶମ, କେ.ସି. ପବ୍ଲିକ୍ ସ୍କୁଲ, ବ୍ରହ୍ମପୁର, ଦ୍ୱିତୀୟ ଏବଂ ଭବିଷ୍ୟା ମହାରଣା, ନବମ, ଡି.ଏ.ଭି ପବ୍ଲିକ୍ ସ୍କୁଲ, ବ୍ରହ୍ମପୁର ଏବଂ ଗଗନ ବିହାରୀ ପଟ୍ଟନାୟକ, ଦଶମ, ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର, ବ୍ରହ୍ମପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି I ପ୍ୟାରେଡ ପ୍ରତିଯୋଗିତାର ଏନ୍‌.ସି‌.ସି. (ସିନିୟର ଡିଭିଜନ୍) ରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ (ଆର୍ମି) ପ୍ରଥମ ସ୍ଥାନରେ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ (ନାଭାଲ୍) ଦ୍ୱିତୀୟ ସ୍ଥାନରେ ଅଛନ୍ତି l ଜୁନିୟର ଡିଭିଜନ୍ ଏନ୍‌.ସି‌.ସି. (ବାଳିକା) ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଆର୍ମି) ପ୍ରଥମ ସ୍ଥାନରେ, ନ୍ୟୁ ଡି-ପଲ୍ ସ୍କୁଲ୍ (ଆର୍ମି) ଦ୍ୱିତୀୟ ସ୍ଥାନରେ, ଜୁନିୟର ଡିଭିଜନ୍ ଏନ୍‌.ସି‌.ସି. (ବାଳକ) ରେ ଡି-ପଲ୍ ସ୍କୁଲ୍ (ଆର୍ମି) ପ୍ରଥମ ସ୍ଥାନରେ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗଜପତି ନଗର (ଆର୍ମି) ଦ୍ୱିତୀୟ ସ୍ଥାନରେ, ସ୍କାଉଟ୍ ଓ ଗାଇଡ୍ ରେ କେ.ସି. ପବ୍ଲିକ୍ ସ୍କୁଲ୍ (ସ୍କାଉଟ୍) ପ୍ରଥମ ସ୍ଥାନରେ, ଭି.ଭି. ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଗାଇଡ୍) ଦ୍ୱିତୀୟ ସ୍ଥାନରେ, ସବ୍-ଜୁନିୟର ଡିଭିଜନ୍ (ସିଭିଲିଆନ୍) ରେ କେ.ସି. ହାଇସ୍କୁଲ୍ (ଇଂରାଜୀ ମାଧ୍ୟମ) ପ୍ରଥମ ସ୍ଥାନରେ, ଗୁରୁ ନାନକ ପବ୍ଲିକ୍ ସ୍କୁଲ୍ ଦ୍ୱିତୀୟ ସ୍ଥାନରେ, ଜୁନିୟର ଡିଭିଜନ୍ (ସିଭିଲିଆନ୍) ରେ ଅମରେଶ୍ୱର ପୋଲିସ୍ ହାଇସ୍କୁଲ୍, ଆମ୍ବପୁଆ, ବ୍ରହ୍ମପୁର ପ୍ରଥମ ସ୍ଥାନରେ, ମା’ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାସୁଦେବ ନଗର ଦ୍ୱିତୀୟ ସ୍ଥାନରେ, ସିନିୟର ଡିଭିଜନ୍ (ସିଭିଲିଆନ୍), ସଂକଳ୍ପ ସିନିୟର ସେକେଣ୍ଡାରୀ ସ୍କୁଲ୍, ରାଳବ ପ୍ରଥମ ସ୍ଥାନରେ, ଓ.ଏ.ଭି., କରାପଲ୍ଲୀ ଦ୍ୱିତୀୟ ସ୍ଥାନରେ ରହି କୃତିତ୍ବ ଅର୍ଜନ ସହ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି I

Leave A Reply

Your email address will not be published.