ଏନସିସି ଛାତ୍ରୀମାନଙ୍କ ଦ୍ୱାରା “ହର୍ ଘର୍ ତ୍ରିରଙ୍ଗା” ରାଲି ।

0 28

ପୋଲସରା ,୧୪/୦୮(ପିପିଟି): ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୨(ଓ)ବାଳିକା ବାଟାଲିୟାନ ଏନ୍‌.ସି.ସି ରାୟଗଡ଼ା ତରଫରୁ ହରଘର ତିରଙ୍ଗା ରାଲି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଏନ୍.ସି.ସି ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଭଗବାନ ତ୍ରୀପାଠୀ,ତର୍କ ବିଭାଗ ଆଧ୍ୟାପକ ରୁଦ୍ର ପ୍ରସାଦ ଗୌଡ, ଅର୍ଥନୀତି ଅଧ୍ୟାପକ ଡ. ମନୋଜ କୁମାର ସାହୁ, ଶିକ୍ଷା ବିଭାଗ ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ, ଖେଳ ଶିକ୍ଷକ ଦୀପକ କୁମାର ସ୍ୱାଇଁ, ଗଣିତ ଅଧ୍ୟାପିକା ସୁନୀତା ରାଉତ,ଡେମୋନଷ୍ଟେଟର ବଟୋନୀ ବିଭାଗ ପ୍ରମୁଖ ସୁଜତା ରାଣୀ ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ସହିତ “ହର୍ ଘର୍ ତ୍ରିରଙ୍ଗା” ରାଲୀର ସ୍ଲୋଗାନ ଦ୍ୱାରା ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଦେଶାତ୍ମକ ବୋଧ କରି ପଦଯାତ୍ରାରେ ୫୦ ଜଣ ସମରଶିକ୍ଷାର୍ଥୀ ବାହିନୀର ଛାତ୍ରୀମାନେ ଯୋଗଦେଇଥିଲେ ।ଏହି ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି ବ୍ଳକ ଛକ ଦେଇ ଏନ୍.ଏ.ସି ଅଫିସ ଠାରେ ସମାପ୍ତ ହୋଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସମେତ କର୍ମଚାରୀମାନେ ଯୋଗଦେଇ ସଫଳ କରିବାରେ ସହଯୋଗ କରିଥିଲେ ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.