ଦଳରୁ ଇସ୍ତଫା ଦେବା ପରେ ଆଡମା ରାବା ବିଜେଡିରୁ ନିଲମ୍ବିତ ।

0 213

ମାଲକାନଗିରି,୧୪/୦୮(ପିପିଟି):ମାଲକାନଗିରିର ଜଣାଶୁଣା ଆଦିବାସୀ ନେତା ଆଡମା ରାଜାଙ୍କୁ ଆଜି ଦଳ ବିରୋଧୀ କାର୍ଯ୍ୟ କଳାପ ପାଇଁ ବିଜେଡିରୁ ନିଲମ୍ବିତ କରାଯାଇଥିବା ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଗଣମାଧ୍ୟମକୁ ଜଣାଇଛନ୍ତି। ଆଡମା ରାବା ବିଜେଡିରେ ଦୀର୍ଘ ୨୨ବର୍ଷ ହେଲା ରହି ୨ ଥର ସରପଞ୍ଚ,ଥରେ ସମିତି ସଭ୍ୟ, ୨ ଥର ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ,୨ ଥର ଜିଲ୍ଲା ବିଜୁ ଯୁବ ସଭାପତି ରହିଥିଲେ ତେବେ ବିଜେଡିରେ ତାଙ୍କୁ ଅଣ ଦେଖା କରିବା ଫଳରେ ସେ ଗତ ୧୩ ତାରିଖ ଦିନ ବିଜେଡିରୁ ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତେବେ
ଆଜି ବିଜେଡି ତରଫରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧିବଦ୍ଧ ଭାବେ ନିଲମ୍ବିତ କରା ଯାଇଥିବା ଶ୍ରୀ ମାଡକାମୀ ପ୍ରକାଶ କରିଛନ୍ତି। ତେବେ ଆଗାମୀ ଦିନରେ ଆଡମା ରାବା କେଉଁ ଦଳର ମଙ୍ଗ ଧରିବେ ଜାଣିବାକୁ ବାକି ରହିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.