ଜଳିଗଲା ସ୍କୁଟି,ରହିଗଲା ଛାଞ୍ଚ ।

0 193

ରେଙ୍ଗାଲିକ୍ୟାମ୍ପ,୧୩/୦୮:ଅତାବିରା ଟେଲିଫୋନ ଛକରେ ଥିବା ଏକ ବାଇକ୍ ସୋରୁମ ରେ କାମ କରୁଥିବା ତପନ ନାମକ ଯୁବକ ଆଜି ସକାଳ ପ୍ରାୟ ୧୧ ଟା ରେ କୌଣସି କାମରେ ଅତାବିରା ସହର ଭିତରକୁ ଆସିଥିଲେ ନିଜ କୋକିନାୱା ସ୍କୁଟି ନଂ ଓଡ଼ି ୱାଇ ୪୪୫୭ ।ଶକ୍ତି ମେଡିକାଲ ପାଖରେ ସ୍କୁଟି କୁ ଛିଡ଼ା କରିଦେଇ ସେ କିଛି କାମ ପାଇଁ ଯାଇଥିଲେ କିନ୍ତୁ ସେ ଫେରିବା ବେଳେ ସ୍କୁଟିଟି ହୁ ହୁ ହୋଇ ଜଳୁଥିଲା । ପରେ ଅତାବିରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।ଅଗ୍ନିଶମ ବିଭାଗ ନିଆଁ କୁ ଲିଭାଇବା ପାଇଁ ଅନେକ ପ୍ରୟାସ କରିଥିଲା ।କିନ୍ତୁ ବ୍ୟାଟେରୀ ଗାଡ଼ି ଯୋଗୁ ବ୍ୟାଟେରୀ ର ଏସିଡ ଜାଳି ଚାଲିଥିଲା ।ନିଆଁ ଲିଭିବା ବେଳକୁ ସ୍କୁଟି ର ଆଉ କିଛି ନଥିଲା କେବଳ ଧାତବ ଛାଞ୍ଚ ଟି ରହିଯାଇଥିଲା ।ଏହି ସ୍କୁଟି କୁ ସେ ଚାରି ବର୍ଷ ତଳେ କିଣିଥିଲେ ।ଏହି ଘଟଣା ପରେ ବ୍ୟାଟେରୀ ଗାଡ଼ି ପ୍ରତି ଲୋକଙ୍କ ମନରେ ଏକ ପ୍ରକାର ଭୟ ଆସିଯାଇଛି ।

Leave A Reply

Your email address will not be published.