ଏମଭି -୧୦୪ ଗ୍ରାମ ପୋଖରୀରୁ କୁମ୍ଭୀର ଉଦ୍ଧାର ।

0 7

ମାଲକାନଗିରି,୧୨/୦୮(ପିପିଟି):ଗତ ୧୦ ତାରିଖରେ ବାଲିମେଲା ବନ୍ୟାଞ୍ଚଳ ଅନ୍ତର୍ଗତ ଏମଭି-୧୦୪ ଗାଁରେ ଥିବା ଏକ ପୋଖରୀରେ ୪ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା। ଦୁଇ ଦିନର ଆକ୍ରାନ୍ତ ପରିଶ୍ରମ ପରେ ଜାଲ ପକାଇ ବନକର୍ମଚାରୀମାନେ ଆଜି କୁମ୍ଭୀର ଉଦ୍ଧାର କରିବାର ସଫଳତା ଅର୍ଜନ କରିଛନ୍ତି। କୁମ୍ଭୀରଟି ଡାକ୍ତରୀ ପର୍ଯ୍ୟବେକ୍ଷଣ ଅଧୀନରେ ରଖାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ପ୍ରାକୃତିକ ବାସସ୍ଥଳୀରେ ଛଡା ଯାଇ ମୁକ୍ତ କରାଯିବ ।

ଗତ ୧୦ ତାରିଖ ଦିନ ବାଲିମେଳା ବନ୍ୟାଞ୍ଚଳ ଅଧିନସ୍ଥ ଏମଭି -୧୦୪ ଗ୍ରାମର ମହାଦେବ ମଣ୍ଡଳଙ୍କ ପୋଖରୀରେ ଏକ କୁମ୍ଭୀର ପ୍ରବେଶ କରିଥିବା ଦେଖିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ସ୍ଥାନୀୟ ବନ ବିଭାଗ ସୂଚନା ଦେବା ପରେ ବନକର୍ମଚାରୀମାନେ ଜାଲକୁ ନେଇ ପୋଖରୀ ମଧ୍ୟରେ ପହଞ୍ଚି ଥିଲେ କିନ୍ତୁ କୁମ୍ଭୀରକୁ ଉଦ୍ଧାର କରିବାରେ ସଫଳ ହୋଇ ନଥିଲେ । ଦୁଇ ଦିନର ଆକ୍ରାନ୍ତ ପରିଶ୍ରମ ପରେ କୁମ୍ଭୀରଟି ଜାଲ ଭିତରେ ଫଶିଥିଲା। ଆଜି ଉକ୍ତ କୁମ୍ଭୀରକୁ ବନକର୍ମଚାରୀମାନେ ଉଦ୍ଧାର କରିବାରେ ସଫଳ ହୋଇପାରିଥିଲେ। ମହାଦେବ ମଣ୍ଡଳ କହିବା ଅନୁସାରେ ତାଙ୍କ ପୋଖରୀରୁ କୁମ୍ଭୀର ୯୦ଟି ବତକ ଖାଇ ଦେଇଥିବା ବେଳେ ୫ କ୍ଵିଣ୍ଟାଲ ମାଛ ଉକ୍ତ ପୋଖରୀ ରେ ଛାଡି ଥିଲେ। ସେଥିରୁ ମଧ୍ୟ କିଛି ମାଛ କୁମ୍ଭୀରଟି ଖାଇ ଥିବା ଅନୁମାନ କରାଯାଉଛି।ଏହି କୁମ୍ଭୀରରଟି ବାଲିମେଳା ବନ୍ୟାଞ୍ଚଳ ଅଧିକାରୀ ଲିସ୍ମିତା କଅଁରଙ୍କ ନେତୃତ୍ୱରେ ଉଦ୍ଧାର କରାଯାଥିବା ବେଳେ ରାପିଡ ରେସପୋନ୍ସ ଟିମର ସମୀର ଜେନା, କୈଳାସ ମହାରଣା,ଜସ୍ମୀନ ସ୍ବାଇଁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ପୋଖରୀ ସହିତ ଏକ ନାଳ ସହିତ ସଂଯୋଗ ଥିବା ବେଳେ ନାମଟି କିଛି ଦୂର ପରେ ନଦୀ ସହ ମିଶ୍ରଣ ହୋଇଛି। ନଦୀ ଦ୍ବାରା କୁମ୍ଭୀରଟି ଖାଦ୍ୟ ଅନ୍ୱେଷଣରେ ଏହି ପୋଖରୀ ରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ଡାକ୍ତରୀ ଚିକିତ୍ସା ପରେ ପୁନଶ୍ଚ ଜଳଭଣ୍ଡାର ରେ ଛଡାଯିବ ବୋଲି କୁହାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.