ବେଲଗୁଣ୍ଠାରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ।

0 62

ବେଲଗୁଣ୍ଠା, ୧୨/୦୮, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶ ବ୍ୟାପୀ ଚାଲିଥିବା “ହର୍ ଘର୍ ତ୍ରିରଙ୍ଗା” ଅଭିଯାନ ଅବସରରେ ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ସ୍ଥିତ ହନୁମାନ ମନ୍ଦିର ଠାରୁ ଦଶ ଘଣ୍ଟ ତିରିଶ ମିନଟ ସମୟରୁ ବାହାରି ମଙ୍ଗଳପୁର ଶିବ ମନ୍ଦିର ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଶହ ଶହ ନାଗରିକଙ୍କ ସହ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ତ୍ରିରଙ୍ଗା ଯାତ୍ରାରେ ଅଂଶ ଗ୍ରହଣ କରି ଦେଶର ଗୌରବ ଓ ଜାତୀୟ ଏକତାର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ଜଣାଇଥିଲେ। ଏହି ଶୋଭାଯାତ୍ରା ଗାଙ୍ଗପୁର ଦେଇ କ୍ଷେତ୍ରୀୟବରପୁର, ଗୋବରା, ଷଢଙ୍ଗୀପୋଲୀ, ନାଟଙ୍ଗା, ଇଙ୍ଗିନାଠି, ରତଙ୍ଗ, ପାଟୁଳି ସାହି, ଢିମିରି ପୋଲି, ନୂଆଗାଁ ଛକ, ଧୂମୁଛାଇ ଛକ, ତନରଡ଼ା, ବେଲଗୁଣ୍ଠା ସହର, ଆମ୍ବପୁଆ,ଜିଲିବା ଦେଇ ମଙ୍ଗଳପୁର ଠାରେ ଶେଷ ହୋଇଥିଲା । ଏଥିରେ ପ୍ରାୟ ସାତ ଶହରୁ ଉର୍ଦ୍ଧ ମୋଟରସାଇକେଲରେ ତୀରଙ୍ଗା ପତକା ଲଗାଇ ବାଇକ ରାଲି ଅନୁଷ୍ଠିତ ହୋଇଥିଲା,ଗୋବରା ଓ ବେଲଗୁଣ୍ଠା ରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ବିଷୋୟୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଭାରତ ମାତାକି ଜୟ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଗାଙ୍ଗପୁର ଥାନା ଅଧିକାରୀ, ବେଲଗୁଣ୍ଠା ଥାନା ଅଧିକାରୀ, ବେଲଗୁଣ୍ଠା ବିଡ଼ିଓ, ତହସିଲଦାର, ଏନ ଏ ସି ନିର୍ବାହୀ ଅଧିକାରୀଙ୍କ ସମେତ ବ୍ଲକର ସମସ୍ତ ପି.ଆର.ଆଇ ମେମ୍ବର, ବହୁ ସରକାରୀ କର୍ମଚାରୀ, ବିଜେପିର ସମସ୍ତ ମଣ୍ଡଳ ସଭାପତି, କର୍ମକର୍ତା,ବହୁ କାଉନ ସିଲର, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ଯୁବକ ସାମିଲ ହୋଇଥିଲେ । ଏହି କାଯ୍ୟକ୍ରମ କୁ ବିଧାୟକ ପ୍ରତିନିଧି ତଥା ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ ପରିଚାଳନା କରିଥିଲେ ।

ତ୍ରିରଙ୍ଗା ଆମ ପାଇଁ କେବଳ ଏକ ପତାକା ନୁହେଁ; ଏହା ଅସଂଖ୍ୟ ବୀରଙ୍କ ତ୍ୟାଗର ସ୍ମୃତି, ଆମ ସ୍ୱାଭିମାନର ପ୍ରତୀକ ଏବଂ ଏକତାର ଅମର ପରିଚୟ। ଏହି ତ୍ରିରଙ୍ଗା ତଳେ ଆମେ ସମସ୍ତେ ଏକ—ଏହା ହିଁ ଆମ ଭାରତର ଶକ୍ତି। ଆସନ୍ତୁ ଆମେ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ରାଷ୍ଟ୍ର ପ୍ରତି ଆମର ସମ୍ମାନ ଜଣାଇବା ଏବଂ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ବିଧାୟକ ଶ୍ରୀ ବିଷୋୟୀ ଅଞ୍ଚଳ ବାସୀଙ୍କୁ ନିବେଦନ କରିଥିଲେ ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.