ନିଶାମୁକ୍ତି ପ୍ରତିଜ୍ଞା ଓ ସଚେତନତା କାର୍ଯ୍ୟକ୍ରମ ।

0 57

କୋଦଳା ,୧୧/୦୮(ପିପିଟି):ମଙ୍ଗଳବାର ଦିବା ୧୧ ଘଟିକା ସମୟରେ କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିଶାମୁକ୍ତି ପ୍ରତିଜ୍ଞା ଓ ସଚେତନତା ସଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀ ସପନ କୁମାର ଦାଶ ଏ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରଞ୍ଜୁବାଳା ନନ୍ଦ ନିଶାର ଭୟଙ୍କର ପ୍ରଭାବ ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, କୋଦଳା ଶାଖା ର ମୁଖ୍ୟ ପରିଚାଳିକା ରାଜଯୋଗିନୀ ବ୍ରହ୍ମlକୁମାରୀ ସୁମିତ୍ରା ଭଉଣୀ ,ବି କେ ମମତା, ବି କେ ସଞ୍ଜୟ ,ବି କେ ଦୀନବନ୍ଧୁ ଭାଇ ଆଦି ସଦସ୍ୟ ଯୋଗଦେଇ ନିଶାମୁକ୍ତ ସମାଜରୁ ଯୁବଶକ୍ତିକୁ ମୁକ୍ତ କରାଇବା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ଯୋଗାଇଥିଲେ। ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା ଜାତୀୟ ସେବା ଯୋଜନା ର ସଂଯୋଜିକା ସାଗରିକା ଦାଶ,ଯୁବ ରେଡ଼କ୍ରସ ର ସଂଯୋଜକ ରତ୍ନାକର ପ୍ରଧାନ,ରସାୟନ ବିଜ୍ଞାନ ଅଧ୍ୟାପିକା  ମନୀଷା ପଟ୍ଟନାୟକ, ଗଣିତ ବିଭାଗୀୟ ଅଧ୍ୟାପିକା  ଭୁବନେଶ୍ୱରୀ ରାୟସାମନ୍ତଙ୍କ ସମେତ ଅନେକ ଅଧ୍ୟାପିକା, ଅଧ୍ୟାପକ ଓ ଅଣ କର୍ମଚାରୀଙ୍କ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା ପରିଶେଷରେ ଫିଟ କଲେଜର ନୋଡାଲ ଅଧିକାରୀ  ଲିପୁନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.