ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା ।

0 4

ବାଲିଗୁଡା, ୧୧/୦୮(ପିପିଟି): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବାବା ଗ୍ରୁପ ବୋଲ ବମ ସଂଘ ତରଫରୁ ଆଗାମୀ ତୃତୀୟ ପାଳି ସୋମବାର ପାଇଁ ମଙ୍ଗଳବାର ଦିନ ସ୍ଥାନୀୟ ଖଡ଼ଗ ନଦୀ ନିକଟରେ ଯଥାରିତି ନିତି ଅନୁଯାୟୀ ପୂଜାର୍ଚ୍ଚନା କରି କାନ୍ଧ ରେ ପାଣି ଭାର ଧରି ବାଲିଗୁଡା ଠାରୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନିକଟରେ ଥିବା ପ୍ରସିଦ୍ଧ ଶୈବ ପୀଠ ଦେବଗିରି କୁ ୨୦ ଜଣ କାଉଡିଆ ଗୈରିକ ପୋଷାକ ପରିଧାନ କରି ପଦଯାତ୍ରା ଆରମ୍ଭ କରିଛନ୍ତି । ନଦୀ ନିକଟରୁ ବାହାରି ୫୯ନଂ. ଜାତୀୟ ରାଜପଥ ଦେଇଯିବା ସମୟରେ ଭକ୍ତମାନଙ୍କ ସମାବେଶରେ ଗୈରିକ ରଙ୍ଗରେ ଯେମିତି ସମଗ୍ର ଅଞ୍ଚଳ ରଙ୍ଗାୟିତ ହେବା ସହ “ଓଁ ନମଃ ଶିବାୟ” “ହର ହର ମହାଦେବ” ଓ “ବୋଲବମ୍ ହରହର ବମ” ଡାକରେ ସମଗ୍ର ଅଞ୍ଚଳ ଶିବମୟ ହୋଇ ଉଠିଥିଲା । କାଉଡିଆ ମାନେ ତୃତୀୟ ସୋମବାର ପ୍ରତ୍ୟୁଷ ରେ ଉକ୍ତ ମନ୍ଦିର ନିକଟରେ ପହଞ୍ଚି ଜଳାଭିଷେକ କରିବାର କାର୍ଯ୍ୟକ୍ରମ ରହିଥିବା ବିଷୟ ସଂଘ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଉକ୍ତ ସଂଘ ତରଫରୁ ପ୍ରଥମ ପାଳି ସାଷ୍ଟାଙ୍ଗ ଦଣ୍ଡ ପ୍ରଣାମ କରି ବାଲିଗୁଡା ଶୈବ ପୀଠ ରେ ଏବଂ ଦ୍ୱିତୀୟ ପାଳି ଦଣ୍ଡପଦର ସ୍ଥିତ ବାବା ଧବଳେଶ୍ୱର ଠାରେ ଜଳାଭିଷେକ କରିଥିଲେ l ବର୍ତ୍ତମାନ ତୃତୀୟ ପାଳି ଦେବଗିରି ଏବଂ ଚତୁର୍ଥ ପାଳି ଜାଲେଶପଟ୍ଟା ର ଜଳେଶ୍ୱର ଶୈବ ପୀଠ ରେ ଜଳାଭିଷେକ କରିବାର କାର୍ଯ୍ୟକ୍ରମ ରହିଛି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.