କୋଦଳା ,୧୦/୦୮(ପିପିଟି):ସୋମବାର ଦିବା ୧୧ଘଣ୍ଟ ସମୟରେ କୋଦଳା ସ୍ଥିତ କାକୁଡ଼ିଆପୋଡା ଗ୍ରାମଠାରେ, ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ବଚ୍ଛତା ପଦଯାତ୍ରା ପାଳନ କରାଯାଇଅଛି। ଏଥିରେ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀଙ୍କ ସହ ବହୁସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦାନ ଦେଇ ସ୍ୱଚ୍ଛ ପାଖୁଡା ଉପଲକ୍ଷେ ପଦଯାତ୍ରା ମାଧ୍ୟମରେ ଜନ ସଚେତନତା କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଏଵଂ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ସାଗରିକା ଦାଶ ଏବଂ ଏଥିରେ ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ