ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ।

0 17

ପୋଲସରା ,୦୮/୦୮(ପିପିଟି): ପୋଲସରା ଅଞ୍ଚଳର ସର୍ବପ୍ରଥମ ପ୍ରତିଷ୍ଠିତ ଏବଂ ଶିକ୍ଷାକ୍ଷେତ୍ରରେ ନିଜର ଗର୍ବ ଓ ଗୌରବ ବଜାୟ ରଖିଥିବା ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଓ ଅଭିଭାବକ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କେ. ମମତା କୁମାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ରବିନ୍ଦ୍ର କୁମାର ସାହୁ (ଟିକିନା) ଓ ଉପ ସଭାନେତ୍ରୀ ଖୋଜନୀ ବିଷୋୟୀଙ୍କ ସମେତ ଶତାଧିକ ଅଭିଭାବକମାନେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇଥିଲେ।ପରେ ଅଭିଭାବକବୃନ୍ଦ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଓ ବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ସୂଚୀ ସମ୍ପର୍କରେ ଅବଗତ ହେବାସହ ନିଜର ମତାମତ ରଖିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀମାନେ ନିୟମିତ ବିଦ୍ୟାଳୟକୁ ଆସିବା ଏବଂ ଏଥିପାଇଁ ନିଜର ପିଲାମାନଙ୍କୁ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଅଭିଭାବକମାନଙ୍କୁ ଅନୁରୋଧ କରିଥିବା ବେଳେ ସଭାପତି ସରକାରଙ୍କ ପକ୍ଷରୁ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗକୁ ଉପସ୍ଥାପନ କରିଥିଲେ। ଏଥିସହ ବିଦ୍ୟାଳୟର ଉତ୍ତମ ଶୈକ୍ଷିକ ବାତାବରଣ ଏବଂ ପିଲାମାନେ ବିଦ୍ୟାଳୟକୁ ଆସି ଶୃଙ୍ଖଳାତାର ସହିତ କିଭଳି ଜ୍ଞାନ ଅର୍ଜନ କରିପାରିବେ ସେଥି ଉପରେ ପ୍ରାଞ୍ଜଳଭାବେ ବୁଝାଇଥିଲେ ଏବଂ ନିଜ ନିଜର ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଗଠନ ଦିଗରେ ଆଗେଇଆସି ବିଦ୍ୟାଳୟକୁ ସହଯୋଗ କରିବାକୁ ନିବେଦନ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ସମସ୍ତଙ୍କୁ ବିଦ୍ୟାଳୟ ତରଫରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.