ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ ।

0 11

ବାଲିଗୁଡା,୦୩/୦୭(ପିପିଟି): ଶ୍ରାବଣ ମାସର ପ୍ରଥମ ସୋମବାରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ଶିବ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ ନିକଟସ୍ଥ ଖଡ଼ଗ ନଦୀ ବାଲିରେ ଶିବଲିଙ୍ଗ ସ୍ଥାପନ କରି ପରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି କଳସରେ ନଦୀଜଳକୁ ଶ୍ରାବାଣୀ ଭାର କାନ୍ଧରେ ଧାରଣ କରି ଶହ ଶହ ସଂଖ୍ୟାରେ ଲମ୍ବା ଧାଡ଼ିରେ ବିଭିନ୍ନ ଶୈବପୀଠ ଅଭିମୁଖେ ବୋଲବମ ହର ହର ବମ ନାରା ଦେଇ ଯାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଚକାପାଦ ର ବିରୁପାକ୍ଷ ମନ୍ଦିର, ଟିକାବାଲି ନିକଟସ୍ଥ ଡୁଙ୍ଗୀର ପଞ୍ଚେ ଲିଙ୍ଗେଶ୍ୱର ମନ୍ଦିର ଭଳି ବିଭିନ୍ନ ଶୈବ ପୀଠ କୁ ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଜଳାଭିଷେକ କରିଥିଲେ। ନଦୀ ଘାଟ ଠାରୁ ପ୍ରତ୍ୟେକ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ ପକ୍ଷରୁ କାଉଡ଼ିଆ ମାନଙ୍କ ଖାଇବା ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.