୩୪ ଗୋଟି ହଜିଯାଇଥିବା ମୋବାଇଲ ଉଦ୍ଧାର ।

0 192

ମାଲକାନଗିରି,୦୩/୦୮(ପିପିଟି):ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲ୍ ଗୁଡିକୁ ମାଲକାନଗିରି ସାଇବର ପୋଲିସ ଉଦ୍ଧାର କରିଛି । ମାତ୍ର ଏକ ମାସ ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ହଜିଯାଇଥିବା ବା ଚୋରି ହୋଇଥିବା ୩୪ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇ ମୋବାଇଲ୍ ଫୋନ୍ ଗୁଡ଼ିକୁ ବାସ୍ତବ ଲୋକଙ୍କୁ ଥାନାକୁ ଆଜି ଡାକି ହସ୍ତାନ୍ତର କରାଯାଇଛି ।
ଦୀର୍ଘଦିନ ପରେ ନିଜ ମୋବାଇଲ୍ ଫେରସ୍ତ ପାଇ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ମୁହଁରେ ଖୁସିର ଝଲକ ଦେଖା ଦେଇଛି। ସାଇବର ପୋଲିସର ଏହି ସଫଳତା ପଛରେ ରହିଛି ଟେକ୍ନିକାଲ୍ ତଦନ୍ତ ଓ ନିରନ୍ତର ପ୍ରୟାସ। ମୋବାଇଲ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ପୋଲିସକୁ ଜଣାଇବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ଏହା ସହିତ ସାଇବର ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିବେ, ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଓଟିପି, ପାସୱାର୍ଡ ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୁପ୍ତ ତଥ୍ୟ କାହା ସହିତ ଶେୟାର ନକରିବା ନେଇ ମଧ୍ୟ ସାଇବର ସଚେତନତା ବାର୍ତ୍ତା ଦିଆଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.