୧୧୯ କଲୋନୀରେ ମାସେ ହେଲା ଜଳୁନି ଷ୍ଟ୍ରିଟ୍ ଲାଇଟ୍ ।

0 86

ମାଲକାନଗିରି,୨୯/୦୭(ପିପିଟି):ମାଲକାନଗିରି ସଦର ମହକୁମା। ଯେଉଁଠି ଜିଲ୍ଲାର ସମସ୍ତ ବିଭାଗ ଏଠାରେ ଅବସ୍ଥିତ। ଜିଲ୍ଲାପାଳ ଓ ଜିଲ୍ଲାପ୍ରଶାନ ଦ୍ବାରା ସମସ୍ତ ବିଭାଗର ନିୟନ୍ତ୍ରିତ। ତେବେ ଆଜକୁ ଦୀର୍ଘ ୧୫ଦିନ ହେଲା ୧୧୯ କଲୋନୀର ଷ୍ଟ୍ରିଟ୍ ଲାଇଟ୍ ଜଳୁ ନାହିଁ। ମାଲକାନଗିରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ମାସାଧିକ କାଳ ଆଲୋକରୁ ବଞ୍ଚିତ ହେବାକୁ ପଡୁଛି, ସତେ ଯେପରି ଦୀପ ତଳ ଅନ୍ଧାର। ସହରରେ ଯଦି ଏମିତି, ତେବେ ଗ୍ରାମାଞ୍ଚଳ କଥା ନ କହିଲେ ଭଲ।
ମାଲକାନଗିରି ପୌରାଞ୍ଚଳ ଅନ୍ତର୍ଗତ ୧୧୯ କଲୋନୀରେ ଆଜକୁ ଏକ ମାସ ଦିନ ହେଲା ଜଳୁନି ଷ୍ଟ୍ରିଟ୍ ଲାଇଟ୍ । ଫଳରେ ରାତିରେ ଗଗନା ଗମନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଡିଏନକେ ଠାରୁ ୧୧୯ କଲୋନୀର ପାର୍ଶ୍ଵରେ ବିଦ୍ୟୁତ ପୋଲ ରହିଥିଲା ବେଳେ ମାସେ ହେଲା ଏହି ରାସ୍ତା ଟି ଅନ୍ଧକାରମୟ ସୃଷ୍ଟି ହୋଇଛି। ଏହି କଲୋନୀରୁ ଲୋକମାନେ ସନ୍ଧ୍ୟା ସମୟରେ ବଜାରକୁ ସଉଦା ପତ୍ର କ୍ରୟ କରିବାକୁ ପ୍ରତିଦିନ ଯାଉଥିବା ବେଳେ ଅନ୍ଧାରରେ ଫେରିବାକୁ ପଡ଼ୁଛି। ସେହି ପରି ଛାତ୍ର ଛାତ୍ରୀ ମାନେ ଟ୍ଯୁସନ ପଢ଼ିବା ପାଇଁ ଏହି ରାସ୍ତାରେ ସାଇକେଲ ଯୋଗେ ଯାତାୟାତ କରୁଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଶିକାର ହେବାକୁ ପଡୁଛି। ବିଶେଷ କରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ରାତ୍ର ସମୟରେ ସର୍ପ ଭୟ
ରହିଛି। ଡିଏନକେ ଠାରୁ ୧୧୯ କଲୋନୀ ରାସ୍ତାର ଦୁଇ ପାର୍ଶ୍ଵରେ ପୋଖରୀ ,ସାରୁ ବୁଦା ତଥା ଗୁଳ୍ମ ରେ ପରିପୂର୍ଣ୍ଣ ଥିବାରୁ ସନ୍ଧ୍ୟା ସମୟରେ ବିଷଧର ସର୍ପ ଏହି ରାସ୍ତା ରେ ଯାତାୟତ କରିଥାନ୍ତି। ତେବେ ଦୀର୍ଘ ଦିନ ହେଲା ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବାରୁ ଲୋକମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ତେବେ ପୌର ପରିଷଦକୁ ଆଲୋକୀକରଣ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଆସୁଥିବା ବେଳେ ଜନସାଧାରଣଙ୍କୁ ଏହି ଆଲୋକ ବ୍ୟବସ୍ଥାରୁ ବଞ୍ଚିତ ହେବାକୁ ପଡୁଛି। ପୌର କର୍ତ୍ତୃପକ୍ଷଙ୍କ ଉଦାସିନ ମନୋଭାବ ଯୋଗୁଁ ଆଲୋକୀକରଣ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେଉଛି। ଅନ୍ୟ ପକ୍ଷରେ ଜନସାଧାରଣ ନାହିଁ ନଥିବା ହଇରାଣ ହରକତ ସମ୍ମୁଖୀନ ହେବାକୁ ପଡୁଛି।
ଏଥି ପ୍ରତି ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.