ଶୈଳ ଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ।

0 0

ଅନୁଗୋଳ,୨୫/୦୭: ଆଷାଢ଼ ଶୁକ୍ଳ ଏକାଦଶୀତିଥି ରେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି ତିନି ଠାକୁର। ମହାବାହୁ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେଲେ ଦର୍ଶନ ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେଇଛନ୍ତି ।ଏ‌ହା ସହିତ ଏବର୍ଷ ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନୂଆଁ ସୁନା ଅଳଙ୍କାର ତିନି ଠାକୁରଙ୍କ ପାଇଁ ଆସିଅଛି ଏଥିପାଇଁ ପ୍ରସ୍ତୁତିରେ ୫ ପ୍ଲାଟୁନ୍ ପୁଲିସ ଓ ୧୭ ଜଣ ଅଫିସର ନିୟୋଜିତ କରାଯାଇଛି। ପର୍ବ ଆରମ୍ଭ ହୋଇଛି। ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ଆଳତି ପରେ ସୁନାବେଶ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଖୋଲା ହେବ ।

Leave A Reply

Your email address will not be published.