ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନକାଉଣ୍ଟର ।

0 3

କୋଦଳା ,୨୪/୦୭(ପିପିଟି):ଗଞ୍ଜାମ ପୋଲିସର ଏନକାଉଣ୍ଟର ।ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଓରଫ ଘନଶ୍ୟାମ ବେହେରାକୁ ଏନକାଉଣ୍ଟର କଲା ପୁରୁଷୋତ୍ତମପୁର ଥାନା ପୋଲିସ।
କାଳିଆର ଡାହାଣ ଗୋଡ଼ରେ ବାଜିଛି ଗୁଳି ଏକାଧିକ ଅପରାଧିକ ମାମଲାରେ ଫେରାର ଥିଲା କାଳିଆ ,ଗୁରୁତର କାଳିଆକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଛୁଞ୍ଚିପଡା ଜଙ୍ଗଲ ରାସ୍ତାରେ ଅପରାଧୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏକାଧିକ ଲୁଟ୍ ଓ ଡକାୟତି ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଓରଫ ଘନଶ୍ୟାମ ବେହେରା ପୋଲିସ ଗୁଳିରେ ଆହାତ।ପୋଲିସ ସୂଚନା ଅନୁଯାଇ ନଇତଡ଼ା ସାହିର ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଧରିବା ପାଇଁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅଭିଯାନ ଆରମ୍ଭ କରିଥିଲା। କୋଦଳା – ଛୁଞ୍ଚି ପଡା ଜଙ୍ଗଲ ରାସ୍ତାରେ ବାଇକରେ ଯାଉଥିବା କାଳିଆ ଓ ତା’ର ସହଯୋଗୀଙ୍କୁ ପୋଲିସ ପିଛା କରିବାରୁ, ସେମାନେ ହଠାତ୍ ପୋଲିସ ଟିମ୍ ଉପରକୁ ବୋମା ମାଡ଼ କରିବା ସହ ଗୁଳି ଚଳାଇଥିଲେ।
– ଆତ୍ମରକ୍ଷା ପାଇଁ ଇନ୍ସପେକ୍ଟର କୁଳମଣି ସେଠୀ ପାଲଟା ଗୁଳି ଚଳାଇବାରୁ କାଳିଆର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା।
-ଆହାତ କାଳିଆକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥିତ MKCG ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଏନକାଉଣ୍ଟରରେ ପୁରୁଷୋତ୍ତମପୁର ଥାନା ଅଧିକାରୀ କୁଳମଣି ସେଠୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ବୋଲି ଗଞ୍ଜାମ SDPO ସୁଜିତ କୁମାର ନାୟକ କହିଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.