ଖୋର୍ଦ୍ଧା ,୨୨/୦୭(ପିପିଟି): ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଠାରେ ଅବସ୍ଥିତ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ନବ ନିର୍ବାଚିତ ଅତିରିକ୍ତ ଯୁଗ୍ମ ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ଅବସରରେ ସତ୍ୟ ରଞ୍ଜନ ତାଙ୍କ ପଦ ଓ ଗୋପନିୟତାର ଶପଥ ନେବା ସହିତ ସଙ୍ଗଠନକୁ ଆଗକୁ ବଢେଇବାକୁ ସବୁ ପ୍ରକାର ପ୍ରୟାସ କରାଯିବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ।
ଆଜି ଶାଖା ସମ୍ପାଦକ ଏଲ ଡି ମହାନ୍ତିଙ୍କ ସଂଯୋଜନାରେ ଏକ ସଭା ଆୟୋଜନ କରାଯାଇଥିଲା।
ସଭାପତି ହାଜି ମୁସ୍ତାକ ଅଲ୍ଲୀ ସଭାପତିତ୍ୱ କରିଥିଲେ। ଏଥିରେ ଇକୋ ରେଲୱେ ଶ୍ରମିକ କଂଗ୍ରେସର ଜୋନାଲ ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର କେନ୍ଦ୍ରୀୟ ପଦାଧିକାରୀ ପ୍ରମୋଦ ସାହାଣୀ,ଏମ ଜି କେ ରାଓ,ସୁବ୍ରତ ପଣ୍ଡା,ଅକ୍ଷୟ ପ୍ରଧାନ,ଶରତ ପଣ୍ଡା,ମହେନ୍ଦ୍ର ମହାନ୍ତି , ଭିଏସକେ ପ୍ରସାଦ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପି ରାଜା ରାଓ, ସୁନୀଲ ପରିଡା, ରାକେଶ ଘଡେଇ,ତନ୍ମୟ ମହାପାତ୍ର,
ସମେତ ବହୁ କ୍ୟାଡର ଉପସ୍ଥିତ ଥିଲେ।