ସାଗରଗୁଆଁରେ ପବିତ୍ର ରଥଯାତ୍ରା ପାଳିତ।

0 40

ବୋଲଗଡ଼,୧୬/୦୭(ପିପିଟି): ଆଜି ପବିତ୍ର ରଥଯାତ୍ରା, ଭକ୍ତଙ୍କୁ ଭେଟିବା ପାଇଁ ବଡ଼ ଦାଣ୍ଡକୁ ବିଜେ କରିବେ ତିନି ଠାକୁର । ପଲ୍ଲୀ ଠାରୁ ଦିଲ୍ଲୀ ସବୁଠାରେ ରଥଯାତ୍ରା ଚାଲିଛି। ଏସବୁ ଭିତରେ ଶ୍ରୀ ଜଗନ୍ନାଥଙ୍କ କରୁଣାରେ ବିମୋହିତ ହୋଇ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ରେ ୧୮୧୭ ମସିହା ଭାରତର ପ୍ରଥମ ସଂଗ୍ରାମର ସହିଦ କାଳିଆ ଭୁଇଁମୁଳ ସ୍ମୃତି ପରିଷଦ ବାଙ୍କୋଇ ସତ୍ ସେବାସଂଘ ସାଗରଗୁଆଁ ମିଳିତ ଆନୁକୂଲ୍ୟରେ ସାଗରଗୁଆଁ ଠାରେ ଶ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତଥା ଶହିଦ ଙ୍କର ଦାୟଦ ସ୍ତୁତିପରିଷଦର କାର୍ଯ୍ୟ କାରି ସଭାପତି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅବସ୍ଥାନ କଲାପରେ ଛେରାପହଁରା କାର୍ଯ୍ୟ କ୍ରମ ସମାପନ କରିଥିଲେ। ପଣ୍ଡିତ ମାନଙ୍କ ଦ୍ୱାରା ହୋମ ତଥା ମହାପ୍ରଭୁ ମାନଙ୍କର ପହଣ୍ଡି କାର୍ଯ୍ୟ କ୍ରମକରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ଯୋଗଦେଇ ଥିଲେ। ଏହି ଅବସରରେ ଭକ୍ତିପୂତ ଭାବରେ ହରିବୋଲ, ହୁଳହୁଳି ଘଣ୍ଟବାଦନ, ନାମ ସଂକୀର୍ତ୍ତନ ସହ ସଫଳ ପୁର୍ବକ ରଥଟଣା କାର୍ଯ୍ୟ କରାଯାଇ ଥିଲା।ତତ୍ ସହିତ ବହୁ ଭକ୍ତ ମାନଙ୍କର ସମାଗମ ହୋଇଥିବାର ପରିଲିକ୍ଷିତ ହୋଇ ଥିଲା।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ)

Leave A Reply

Your email address will not be published.