ଉପ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଲୋକଭବନରେ ଔପଚାରିକ ଭୋଜି ଆୟୋଜିତ ।

0 0

ଭୁବନେଶ୍ୱର, ୧୦/୦୭(ପିପିଟି): ଗୁରୁବାର ଦିନ ଭାରତର ଉପ ରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନଙ୍କ ଦିନିକିଆ ଓଡ଼ିଶା ଗସ୍ତ ଅବସରରେ ଉପ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଲୋକଭବନର ନ୍ୟୁ ଅଭିଷେକ ହଲ୍‌ ଠାରେ ଏକ ଔପଚାରିକ ଭୋଜି ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମହିଳା ଡ଼. ଜୟଶ୍ରୀ କମ୍ଭମପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ ପଂଚାୟତି ରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ୍ ଲଲନ ସିଂହ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ମତ୍ସ୍ୟପାଳନ, ପଶୁପାଳନ, ଦୁଗ୍ଧ ଉତ୍ପାଦନ ପ୍ରଫେସର ଏସ.ପି. ସିଂହ ବାଘେଲ, ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ମାନ୍ୟବର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହ, ଡିଜିପି ଶ୍ରୀ ୱାଇ.ବି. ଖୁରାନିଆଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶାର ମହାନ ଆତିଥେୟତା ପରମ୍ପରାକୁ ପ୍ରତିଫଳିତ କରିଥିଲା ଏବଂ ମାନ୍ୟବର ଉପ-ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ସାମ୍ବିଧାନିକ ପଦାଧିକାରୀଙ୍କ ସହ ବରିଷ୍ଠ ନେତୃତ୍ୱ ଓ ସରକାରୀ ପଦାଧିକାରୀଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରିଥିଲା।

ଏହି ଅବସରରେ ମାନ୍ୟବର ରାଜ୍ୟପାଳ ମାନ୍ୟବର ଉପ ରାଷ୍ଟ୍ରପତି ଏବଂ ବିଶିଷ୍ଟ ଅତିଥିଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ପ୍ରଭୁ ବଳଭଦ୍ରଙ୍କ ପବିତ୍ର ରଥର ହସ୍ତନିର୍ମିତ ରୂପାର ତାରକସି ପ୍ରତିକୃତି (ସିଲଭର ଫିଲିଗ୍ରୀ) ଉପହାର ପ୍ରଦାନ କରିଥିଲେ। ଏହି ସ୍ମାରକଗୁଡ଼ିକ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଉତ୍କୃଷ୍ଟ କାରୀଗରୀ ଏବଂ କଟକର କାଳଜୟୀ କଳା ପରମ୍ପରାକୁ ପ୍ରତିଫଳିତ କରୁଛି।

Leave A Reply

Your email address will not be published.