ମଣ୍ଡିରେ ଧାନ ବିକ୍ରୀ ନୋହିଲା, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ ।

0 210

ଟିଟିଲାଗଡ଼, ୦୪/୦୭:ଗତ ମାସ ୨୫ରେ ବଲାଙ୍ଗୀର ଜିଲାରେ ଚାଷୀଙ୍କ ରବି ଧାନ କ୍ରୟ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଅଦ୍ୟାବଧି ଚାଷୀଙ୍କ ଧାନ ମଣ୍ଡି ଗୁଡିକରେ କ୍ରୟ ହୋଇ ନପାରିବା ସରକାର ତଥା ସ୍ଥାନୀୟ ପ୍ରଶାସନର ଅସଲି ମୁଖା ଖୋଲିଦେଇଛି । ଶେଷରେ ଆଜି ଚାଷୀ ଆସି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ଚର୍ଚ୍ଚାର ବିଷୟ ହୋଇଛି । ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୂର ମଣ୍ଡି ଅନ୍ତର୍ଗତ ଚାଷୀ କାନ୍ଦି କାନ୍ଦି ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କୁ ଗୁହାରି କରୁଥିବା ଦେଖାଯାଇଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚାଷୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହି ଧାରଣା ଜାରୀ ରହିଛି । ତାଙ୍କ ଧାନ କ୍ରୟ ନହେବା ଯାଏ ଆନ୍ଦୋଳନ ଜାରୀ ରହିବ, ଆମେ ଆତ୍ମହତ୍ୟା କରିବୁ ବୋଲି ଚାଷୀ କହିଛନ୍ତି । ଚାଷୀଙ୍କ ପ୍ରାୟ ପ୍ରାୟ ୧ ହଜାର କ୍ୱିଣ୍ଟାଲ ଧାନ କ୍ରୟ ନହୋଇ ପଡିରହିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.