ବୁର୍ଲା ଭିସୁଟ ୬୦ ଫୁଟ ବେଷ୍ଟନୀ ଭାଙ୍ଗିଲା: ଏସଡିଏ କଲୋନୀ ଜଳମଗ୍ନ ।

0 0

ବୁର୍ଲା, ୦୩/୦୭: ଗତକାଲି ବୁର୍ଲାରେ ପ୍ରବଳ ବର୍ଷା ହେବା ଫଳରେ ରାସ୍ତାଘାଟ ରେ ଆଣ୍ଠୁଏ ପାଣି ବହୁ ଥିବା ଦେଖିବାକୁ ମିଳିଥିଲା। ରାତ୍ରି ସମୟରେ ଏହି ବର୍ଷାରେ ବୁର୍ଲା ଭିସୁଟର ବେଷ୍ଟାନି ପ୍ରାୟ ୬୦ ରୁ ୭୦ ଫୁଟ ଭାଙ୍ଗି ଯାଇଥିଲା। ବର୍ଷାରେ ଏସଡିଏ କଲୋନୀର ଅନେକ ଘର ଜଳମଗ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ଏହି ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନର ନାଳ ଦେଇ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ସିଧାସଳଖ ପାଣି ଏସଡିଏ କଲୋନୀର ଅନେକ ଘରକୁ ପ୍ରବେଶ କରିଥିଲା। ରାତ୍ରି ସମୟରୁ ହିଁ ଜଳାବନ୍ଦୀ ହୋଇ ରହିଥିଲେ ସ୍ଥାନୀୟ ବେସ ବାସିନ୍ଦା ମାନେ। ଏହାକୁ ନେଇ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନାଳ ନର୍ଦ୍ଦମା ଏବଂ ଆଖପାଖ ଅଞ୍ଚଳ ର ଆବର୍ଜନା ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିଥିଲା। ରାତିସାରା ପାଣି ଘର ମଧ୍ୟରୁ ବାହାର କରିବାରେ ନାକେଦମ ହୋଇ ଯାଇଥିଲେ ସ୍ଥାନୀୟ ବାସିନ୍ଦା । ତେବେ ନିମ୍ନମାନର ବେଷ୍ଟନି ନିର୍ମାଣ ହୋଇଥିବା ଯୋଗୁଁ ଏହି ବେଷ୍ଟନି ଭାଙ୍ଗି ଯାଇଥିବା ଅଭିଯୋଗ ହେଉଛି। ଏପରିକି ଏହି ନେଷ୍ଟନିର ଇଟା ତଥା ସିମେଣ୍ଟ ସମ୍ପୂର୍ଣ୍ଣ ରାସ୍ତାକୁ ଅକ୍ତିଆର କରି ରଖିଥିବା ବେଳେ ଲୋକେ ସେହି ରାସ୍ତା ଦେଇ ଯିବା ଆସିବା କରି ପାରୁ ନାହାନ୍ତି। ପୂର୍ଣ୍ଣ ମାତ୍ରାରେ ରାସ୍ତା ବନ୍ଦ ରହିଛି। ଯାତାୟତ କରି ପାରି ନାହାନ୍ତି ସ୍ଥାନୀୟ ଲେକେ କିଛି ସଚେତନ ସ୍ଥାନୀୟ ବାସିନ୍ଦା ମାନେ ଉକ୍ତ ବେଷ୍ଟନିର ଅଂଶ ମାନଙ୍କୁ ହଟାଇବା ପାଇଁ ଚେଷ୍ଟା କରିବା ସତ୍ତ୍ୱେ ତାହା ସମ୍ଭବପର ହୋଇ ପାରୁନାହିଁ। ଏହା ଉପରେ ସମ୍ୱଲପୁର ମହାନଗର ନିଗମ କତୃପକ୍ଷ ଏବଂ ଭିସୁଟ କତୃପକ୍ଷ ଧ୍ୟାନ ଦେଇ ସମାଧାନ କରାଯିବା ସହିତ ନାଳ ସଫା କରିବା ପାଇଁ ସ୍ଥାନୀୟ ପ୍ରଭାବିତ ବାସିନ୍ଦା ମାନେ ଦାବି କରିଛନ୍ତି।

Leave A Reply

Your email address will not be published.